ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ, ଯମୁନା ନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଯମୁନା ନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ବିଜେଡିରୁ ବହିଷ୍କୃତ ବିପିନ ପ୍ରଧାନ ଓ ଦିବଂଗତ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ମଧ୍ୟରେ ଛକ୍କା ପଞ୍ଝା ଲାଗିରହିଥିଲା I ଆଜି ନିର୍ଵାଚନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ନିର୍ଦ୍ଧାରିତ ସମୟ ଦିନ 5୧୧ଟାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ନିର୍ଧାରିତ ସମୟ ମଧ୍ୟରେ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀରୁ କେହି […]

Samaya Live Picture
Published On

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଯମୁନା ନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ବିଜେଡିରୁ ବହିଷ୍କୃତ ବିପିନ ପ୍ରଧାନ ଓ ଦିବଂଗତ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ମଧ୍ୟରେ ଛକ୍କା ପଞ୍ଝା ଲାଗିରହିଥିଲା I ଆଜି ନିର୍ଵାଚନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ନିର୍ଦ୍ଧାରିତ ସମୟ ଦିନ 5୧୧ଟାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ନିର୍ଧାରିତ ସମୟ ମଧ୍ୟରେ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀରୁ କେହି ବି ନାମାଙ୍କନ ପତ୍ର ଦାଖଲକରି ନଥିଲେ । ମାତ୍ର ବିପିନ ପ୍ରଧାନ ଗୋଷ୍ଠୀର ୧୪ ସମିତି ସଭ୍ୟ ଠିକ୍ ସମୟରେ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ । ବିପ୍ଳବ ପାତ୍ର ଗୋଷ୍ଠୀର କେହି ନାମାଙ୍କନ ଦାଖଲ କରିନଥିବାରୁ ବିପିନ ପ୍ରଧାନ ଗୋଷ୍ଠୀ ଜିତିବା ନିଶ୍ଚିତ ହୋଇଥିଲା । ମୋଟ ୨୪ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ବିଜେଡିରୁ ବହିଷ୍କୃତ ହୋଇଥିବା ବିପିନି ପ୍ରଧାନଙ୍କ ପାଖରେ ୧୪ ଜଣ ସମିତି ସଭ୍ୟ ରହିଥିବା ବେଳେ ବିପ୍ଳବ ପାତ୍ରଙ୍କ ନିକଟରେ ଥିଲେ ୧୦ ଜଣ ସମିତି ସଭ୍ୟ ।

ଏବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରିଛି । ଯାହାକୁ ନେଇ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ବିପିନ ବନାମ ବିପ୍ଳବ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ଆଜି ବାଜି ମାରିଛନ୍ତି ବିପିନ ଗୋଷ୍ଠୀ ।

Tags: