ଦିଗପହଣ୍ଡି ବସ ଦୁର୍ଘଟଣା: ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ସମ୍ପର୍କୀୟ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଅକାଳରେ ଝରିଯାଇଛି ୧୨ଜଣଙ୍କର ଜୀବନ। ବିବାହ ଭୋଜି ଖାଇ ଫେରୁଥିବାବେଳେ କନ୍ୟା ଯାତ୍ରୀଙ୍କ ବସକୁ ସାମ୍ନା ପଟୁ ଧକ୍କା ଦେଇଥିଲା OSRTC ର ଅନ୍ୟ ଏକ ବସ I ମୃତକମାନଙ୍କ ମଧ୍ୟରେ ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ନିଜ ସମ୍ପର୍କୀୟଙ୍କୁ ଏଇଭଳି ଭାବରେ ହରାଇ ସାଂସଦ ରେଣୁବାଳା ନିର୍ବାକ ହୋଇ ଯାଇଥିବାବେଳେ,ଶୋକରେ ବୁଡ଼ିଛି ଗଂଜାମ […]

Samaya Live Picture
Published On

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଅକାଳରେ ଝରିଯାଇଛି ୧୨ଜଣଙ୍କର ଜୀବନ। ବିବାହ ଭୋଜି ଖାଇ ଫେରୁଥିବାବେଳେ କନ୍ୟା ଯାତ୍ରୀଙ୍କ ବସକୁ ସାମ୍ନା ପଟୁ ଧକ୍କା ଦେଇଥିଲା OSRTC ର ଅନ୍ୟ ଏକ ବସ I ମୃତକମାନଙ୍କ ମଧ୍ୟରେ ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ନିଜ ସମ୍ପର୍କୀୟଙ୍କୁ ଏଇଭଳି ଭାବରେ ହରାଇ ସାଂସଦ ରେଣୁବାଳା ନିର୍ବାକ ହୋଇ ଯାଇଥିବାବେଳେ,ଶୋକରେ ବୁଡ଼ିଛି ଗଂଜାମ ଦିଗପହଣ୍ଡି ଅଂଚଳର ଖଣ୍ଡଦେଉଳି ଗାଁ ।

ଗତକାଲି ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ଙ୍କ ଝିଅ ବିବାହ ଭୋଜି ରେ ଯୋଗ ଦେଇ ବିଳମ୍ବିତ ରାତିରେ ଫେରୁଥିବାବେଳେ ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା I ଏଥିରେ ରେଣୁବାଳାଙ୍କର ୧୧ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା I ମୃତକଙ୍କ ମଧ୍ୟରେ ତାଙ୍କର ଦିଅର, ଝିଆରୀ, ଜ୍ୱାଇଁ ଓ ନଣନ୍ଦେଇ ଅଛନ୍ତି। ବହୁତ ହସଖୁସିରେ ସେମାନେ ଝିଅ ବିଦା କରିଥିଲେ । ହେଲେ ରାତି ଅଧରେ ସବୁ ଶେଷ ହୋଇଗଲା। ଏଭଳି ଘଟଣା ଘଟିବ ବୋଲି କେବେ ଭାବି ନଥିଲେ।

ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ଖଣ୍ଡଦେଉଳି ଗାଁର ଶିବାନୀ ପ୍ରଧାନ(୨୫),ସୀତାରାମ ପ୍ରଧାନ(୬୦), ସୁଜ୍ଞାନୀ କୁମାରୀ ପ୍ରଧାନ(୩୧), ରମେଶ ପ୍ରଧାନ(୬୨) ଓ ତ୍ରିପତି ପ୍ରଧାନ(୪୮), ଗଡଗୋବିନ୍ଦପୁରର ସଙ୍ଗୀତା ଡାକୁଆ(୩୨), ସିଙ୍ଗିପୁର ପାଟପୁରର ଲିଟୁ ନାୟକ(୪୦), ମୁଜାଗଡ଼ର ସଞ୍ଜୟ ମେଦିନୀ ରାୟ(୫୦), ଦେବାଂଶୁ ପ୍ରଧାନ(୩), ରୁପାଲି ପ୍ରଧାନ (୨୩) ଏବଂ ହାର୍ଦ୍ଦିକ(୧)।

Tags: