ବ୍ୟାପୁଛି ଝାଡ଼ାବାନ୍ତି,ଉସ୍ତପଲ୍ଲି ପରେ ସେଲେପୁରରେ ଆକ୍ରାନ୍ତଙ୍କ ମୃତ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଦିଗପହଣ୍ଡି ଉସ୍ତପଲ୍ଲୀ ଗ୍ରାମରେ ହଇଜା ସ୍ଥିତି ଏବେ ଗମ୍ଭୀର । ହଇଜାରେ ଆକ୍ରାନ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୦ ଜଣ ଆକ୍ରାନ୍ତ ଅସୁସ୍ଥ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଉଛନ୍ତି ଉସ୍ତପଲ୍ଲୀ ଗ୍ରାମର ପ୍ରକାଶ ରଇତ, ଗତକାଲି ରାତିରେ ପ୍ରକାଶଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ମଧ୍ୟ ଡ଼ାଇରିଆରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଅସୁସ୍ଥ ୧୦ ଜଣ […]

ବ୍ୟାପୁଛି ଝାଡ଼ାବାନ୍ତି,ଉସ୍ତପଲ୍ଲି ପରେ ସେଲେପୁରରେ ଆକ୍ରାନ୍ତଙ୍କ ମୃତ୍ୟୁ
Samaya Live Picture
Published On

ବ୍ରହ୍ମପୁର : ଗଞ୍ଜାମ ଦିଗପହଣ୍ଡି ଉସ୍ତପଲ୍ଲୀ ଗ୍ରାମରେ ହଇଜା ସ୍ଥିତି ଏବେ ଗମ୍ଭୀର । ହଇଜାରେ ଆକ୍ରାନ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୦ ଜଣ ଆକ୍ରାନ୍ତ ଅସୁସ୍ଥ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଉଛନ୍ତି ଉସ୍ତପଲ୍ଲୀ ଗ୍ରାମର ପ୍ରକାଶ ରଇତ, ଗତକାଲି ରାତିରେ ପ୍ରକାଶଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ମଧ୍ୟ ଡ଼ାଇରିଆରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଅସୁସ୍ଥ ୧୦ ଜଣ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । ସେହିପରି ଦିଗପହଣ୍ଡି ଅଞ୍ଚଳରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବେ ସୂଚନା ମିଳିଛି।

ଘଟଣା ପରେ ଗତକାଲି ବିଧାୟକ ଓ ପ୍ରଶାସନ ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଝାଡାବାନ୍ତି ଏହି ଅଞ୍ଚଳରେ କିପରି ବ୍ୟାପିଲା ତାହାର ଯାଞ୍ଚ କରାଯାଉଛି । ସ୍ଥାନୀୟ ଅଞ୍ଚଳର ପାଣି ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ,କଟକ ଜିଲ୍ଲା ସାଲେପୁରରେ ମଧ୍ୟ ଆତଙ୍କ ଖେଳାଇଛି ଝାଡ଼ାବାନ୍ତି I ହଇଜାରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିିବାବେଳେ ଏକାଧିକ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ୪ଜଣ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଜନାର୍ଦ୍ଦନପୁର ଗାଁର ସାବିତ୍ରୀ ସ୍ବାଇଁ ।

ଯାଜପୁରରୁ ବ୍ୟାପିଥିବା ଝାଡ଼ାବାନ୍ତି ବର୍ତ୍ତମାନ ସୁଦ୍ଧା ୭ ଟି ଜିଲ୍ଲାକୁ ମାଡ଼ିଲାଣି । କେବଳ ଯାଜପୁର ଜିଲ୍ଲାରେ ଗତକାଲିସୁଦ୍ଧା ସରକାରୀଭାବେ ୧୭ଶହରୁ ଅଧିକ ଆକ୍ରାନ୍ତ ହୋଇସାରିଲେଣି ।

Tags: