ହଷ୍ଟେଲରେ ବ୍ୟାପୁଛି ଡାଇରିଆ , ୧୮ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି

ମୟୁରଭଞ୍ଜ : ଆଶ୍ରମ ସ୍କୁଲ ହଷ୍ଟେଲରେ ବ୍ୟାପିଲା ଡାଇରିଆ । ୧୮ ଜଣ ଅନ୍ତେବାସୀ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ଡାଇରିଆ ବ୍ୟାପିଥିବା ନେଇ ସୂଚନା ମିଳିଛି । ସୂଚନା ମିଳିବା ପରେ ଆଜି କପ୍ତିପଦା ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ବିଦ୍ୟାଳୟରେ ପହଞ୍ଚିଛନ୍ତି। କପ୍ତିପଦା ଡାକ୍ତରଖାନା ପକ୍ଷରୁ ଏହି ୩ ଜଣିଆ ଟିମ କପ୍ତିପଦା ବ୍ଲକ ବଡ଼ ଖିଲାଡି ଆଶ୍ରମ ବିଦ୍ୟାଳୟରେ […]

Samaya Live Picture
Published On

ମୟୁରଭଞ୍ଜ : ଆଶ୍ରମ ସ୍କୁଲ ହଷ୍ଟେଲରେ ବ୍ୟାପିଲା ଡାଇରିଆ । ୧୮ ଜଣ ଅନ୍ତେବାସୀ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ଡାଇରିଆ ବ୍ୟାପିଥିବା ନେଇ ସୂଚନା ମିଳିଛି । ସୂଚନା ମିଳିବା ପରେ ଆଜି କପ୍ତିପଦା ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ବିଦ୍ୟାଳୟରେ ପହଞ୍ଚିଛନ୍ତି। କପ୍ତିପଦା ଡାକ୍ତରଖାନା ପକ୍ଷରୁ ଏହି ୩ ଜଣିଆ ଟିମ କପ୍ତିପଦା ବ୍ଲକ ବଡ଼ ଖିଲାଡି ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ହଷ୍ଟେଲରେ ରହୁଥିବା ଅନ୍ତେବାସିନୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହା ସହିତ ଜଳ ଓ ପରିମଳ ବିଭାଗର ଏକ ଟିମ ମଧ୍ୟ ସେଠାରେ ପହଞ୍ଚି ଡ଼ାଇରିଆ ବ୍ୟାପିବାର କାରଣ ଖୋଜୁଛନ୍ତି। ବିଦ୍ୟାଳୟ ଓ ହଷ୍ଟେଲରେ ଥିବା ସମସ୍ତ ପାନୀୟ ଜଳର ବ୍ୟବସ୍ଥାକୁ ଦେଖିବା ସହିତ କେଉଁଠି ଦୂଷିତ ପାନୀୟ ଜଳ ଛାତ୍ରୀମାନେ ପିଉଛନ୍ତି କି ନାହିଁ ତାହାର ଯାଞ୍ଚ କରୁଛନ୍ତି।

ହଷ୍ଟେଲରେ ବ୍ୟବହାର କରାଯାଉଥିବା ପାଣିର ନମୁନା ମଧ୍ୟ ସଂଗ୍ରହ କରିବାକୁ ପରିମଳ ବିଭାଗର ଏକ ଟିମ ମଧ୍ୟ ଉପସ୍ଥିତ ରହିଛନ୍ତି। ବିଶେଷକରି ଦୂଷିତ ପାଣିରୁ ଏହି ଡ଼ାଇରିଆ ବ୍ୟାପୁଥିବା ଅନୁମାନ କରାଯାଉଥିବା ବେଳେ ତାହାର ତନଖି କରାଯାଉଛି।

ଅନ୍ୟପଟେ ପୁରୀର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ବାଲିସାହି ବାରାହୀ ଲେନ୍ ରେ ଝାଡାବାନ୍ତି ଆତଙ୍କ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ଝାଡାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ଅନେକ ଆକ୍ରାନ୍ତ ହୋଇଛନ୍ତି । ପାଣି ପାଇଁ ଡାଇରିଆ ବ୍ୟାପୁଥିବା ଅଭିଯୋଗ ହୋଇଛି । ପାଇପ୍ ପାଖରେ ନଳା ଥିବାରୁ ପାଇପ୍ ଲିକେଜ୍ ହୋଇଥିବା ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସୀନ୍ଦା ।

Tags: