ରେଭେନ୍ସା ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି,୧୫ ଅସୁସ୍ଥ
କଟକ : ରେଭେନ୍ସା ଇଷ୍ଟ ହଷ୍ଟେଲର ଯାହାଦେବନ୍ତି ଆଶଙ୍କା । ଏଥିରେ ୧୫ ଜଣ ଛାତ୍ର ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଫୁଡ ପଏଜନ ପାଇଁ ୧୫ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ପର୍ଯ୍ୟାୟରୁ ପିଇବା ପାଣିରୁ ଫୁଡ ପଏଜନ ହୋଇଥିବା ଜଣାପଡିଛି । ପାଣି ପରୀକ୍ଷା ପାଇଁ ପଠାଯାଇଛି । ଗତକାଲି ରାତିରେ ହଷ୍ଟେଲର ଅନ୍ତେବାସୀମାନେ ଭାତ, ରୁଟି, ଅଣ୍ଡା ତଡକା ଓ ଭଜା ଖାଇଥିଲେ । […]
କଟକ : ରେଭେନ୍ସା ଇଷ୍ଟ ହଷ୍ଟେଲର ଯାହାଦେବନ୍ତି ଆଶଙ୍କା । ଏଥିରେ ୧୫ ଜଣ ଛାତ୍ର ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଫୁଡ ପଏଜନ ପାଇଁ ୧୫ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ପର୍ଯ୍ୟାୟରୁ ପିଇବା ପାଣିରୁ ଫୁଡ ପଏଜନ ହୋଇଥିବା ଜଣାପଡିଛି । ପାଣି ପରୀକ୍ଷା ପାଇଁ ପଠାଯାଇଛି ।
ଗତକାଲି ରାତିରେ ହଷ୍ଟେଲର ଅନ୍ତେବାସୀମାନେ ଭାତ, ରୁଟି, ଅଣ୍ଡା ତଡକା ଓ ଭଜା ଖାଇଥିଲେ । ହଷ୍ଟେଲରେ ପ୍ରାୟ ୧୮୦ ଛାତ୍ର ରହୁଥିଲେ । ପୂର୍ବରୁ ମଧ୍ୟ ରେଭେନ୍ସାର ଅନ୍ୟ ଏକ ହଷ୍ଟେଲରେ ଫୁଡ ପଏଜନ ହୋଇଥିଲା। ହଷ୍ଟେଲରେ ଆକ୍ବାଗାର୍ଡ ଖରାପ ଥିବାବେଳେ ଦୂଷିତ ପାଣି ବାହାରୁଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି । ଏନେଇ ଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଫୁଡ ପଏଜନର ସଠିକ କାରଣ ଜଣା ପଡ଼ିନାହିଁ । ପିଲାମାନେ ଖାଇଥିବା ଖାଦ୍ୟ ଏବଂ ପାଣି ପରୀକ୍ଷା ପରେ ଏହା ଜଣା ପଡିବ ବୋଲି କର୍ତୃପକ୍ଷ କହିଛନ୍ତି ।




