ଦିଲ୍ଲୀ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ବୃହତ ବିଜୟ ପରେ ଦିଲ୍ଲୀ ଗଲେ କେନ୍ଦ୍ର ମନ୍ତ୍ରୀ । ଆଜି ଦିଲ୍ଲୀରେ ବସୁଛି ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଯୋଗ ଦେବେ ଧର୍ମେନ୍ଦ୍ର । ଦେଶରେ ତୃତୀୟ ଥର ମୋଦି ସରକାର ଏବଂ ଓଡ଼ିଶାରେ ବିଜେପିର ଐତିହାସିକ ବିଜୟ ପରେ ଦଳରେ ଭରପୁର ଉତ୍ସାହ । ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ବୃହତ ବିଜୟ ପରେ ଦିଲ୍ଲୀ ଗଲେ କେନ୍ଦ୍ର ମନ୍ତ୍ରୀ । ଆଜି ଦିଲ୍ଲୀରେ ବସୁଛି ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଯୋଗ ଦେବେ ଧର୍ମେନ୍ଦ୍ର । ଦେଶରେ ତୃତୀୟ ଥର ମୋଦି ସରକାର ଏବଂ ଓଡ଼ିଶାରେ ବିଜେପିର ଐତିହାସିକ ବିଜୟ ପରେ ଦଳରେ ଭରପୁର ଉତ୍ସାହ ।
ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ୪ ଜୁନ୍ ବିଜେଡି ସରକାରରର ଏକ୍ସପାଏରୀ ଡେଟ୍। ୧୦ ଜୁନରେ ଶପଥ ନେବେ ଓଡ଼ିଶାର ବିଜେପି ମୁଖ୍ୟମନ୍ତ୍ରୀ। ପୁଣି ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ସେ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ। ମୋଦିଙ୍କର ସେହି କଥା ସତ ହୋଇଛି। ଆଉ ପ୍ରଧାନମନ୍ତ୍ରୀ କହିଛନ୍ତି ଜଗନ୍ନାଥଙ୍କ ଭୂଇଁରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଶପଥ ନେବେ ବିଜେପିର ମୁଖ୍ୟମନ୍ତ୍ରୀ। ନିର୍ବାଚନ ଜନାଦେଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।




