ବରଗଡ଼ ଧନୁଯାତ୍ରା ପାଇଲା ନୂଆ କଂସ:ଅଡିସନରେ ବାଜି ମାରିନେଲେ ଭୁବନେଶ୍ୱର

ବରଗଡ଼:ବରଗଡ଼ ଧନୁଯାତ୍ରାରେ କଂସ ହେବେ ଭୁବନେଶ୍ୱର ପ୍ରଧାନ। ଆଜି କଂସ ଚୟନରେ ବାଜି ମାରିଛନ୍ତି ଭୁବନେଶ୍ୱର ପ୍ରଧାନ। ରାଜ୍ୟର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିବେ। କଂସ ଚୟନ ପ୍ରକ୍ରିୟାରେ ୪ ଜଣ କଳାକାର ଅଂଶଗ୍ରହଣ କରିଥିବା ବେଳେ ୩ ଜଣ ବିଚାରକ ରହିଥିଲେ। ୪ କଳାକାରଙ୍କ ମଧ୍ୟରେ ବାଜି ମାରିଛନ୍ତି ଭୁବନେଶ୍ୱର। ସେ ବରଗଡ଼ ଧନୁଯାତ୍ରାର କଂସ […]

Samaya Live Picture
Published On

ବରଗଡ଼:ବରଗଡ଼ ଧନୁଯାତ୍ରାରେ କଂସ ହେବେ ଭୁବନେଶ୍ୱର ପ୍ରଧାନ। ଆଜି କଂସ ଚୟନରେ ବାଜି ମାରିଛନ୍ତି ଭୁବନେଶ୍ୱର ପ୍ରଧାନ। ରାଜ୍ୟର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିବେ। କଂସ ଚୟନ ପ୍ରକ୍ରିୟାରେ ୪ ଜଣ କଳାକାର ଅଂଶଗ୍ରହଣ କରିଥିବା ବେଳେ ୩ ଜଣ ବିଚାରକ ରହିଥିଲେ। ୪ କଳାକାରଙ୍କ ମଧ୍ୟରେ ବାଜି ମାରିଛନ୍ତି ଭୁବନେଶ୍ୱର। ସେ ବରଗଡ଼ ଧନୁଯାତ୍ରାର କଂସ ହେବେ। କଂସ ଭୂମିକାରେ ଅଭିନୟ କରିବା ଭୁବନେଶ୍ୱରଙ୍କ ଅଭିଜ୍ଞତା ରହିଛି।

ପୂର୍ବରୁ ୨୦୧୭ରୁ ୩ବର୍ଷ ଧରି କଂସ ଭୂମିକା ନିର୍ବାହ କରିଥିଲେ। ୧୯୯୮ ଓ ୯୯ ରେ ମଧ୍ୟ ଧନୁଯାତ୍ରାରେ କଂସ ହୋଇଥିଲେ। ଏହି ପରିପେକ୍ଷୀରେ ଏଥର ଧନୁଯାତ୍ରା ରେ ନୂଆ କଂସ ରୂପେ ୪ଜଣଙ୍କ ମଧ୍ୟରୁ ତାଙ୍କୁ ଚୟନ କରାଯାଇଛି । କଂସ ଚୟନ ପରେ ଭୁବନେଶ୍ୱର ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Tags: