ଧନତେରାସ,୩ କ୍ୱିଣ୍ଟାଲ ସୁନା ଅଳଙ୍କାର ବୋହିନେଲେ ଗ୍ରାହକ
ଭୁବନେଶ୍ୱର : ଗତକାଲି ଥିଲା ଧନତେରାସ ବା ଧନ୍ଵନ୍ତରୀ ତ୍ରୟୋଦଶୀ । ଏହା ହେଉଛି ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ପ୍ରବଳ ଭିଡ। ଗତକାଲି ଦିନ ବେଳା ଅପେକ୍ଷା ସନ୍ଧ୍ୟା ପରେ ଶୋ’ ରୁମ୍ଗୁଡିକରେ ଭିଡ଼ ଜୋର ହୋଇଥିଲା। ବର୍ତ୍ତମାନ ସୁନାଦର ଆକାଶଛୁଆଁ ହେବ ସତ୍ୱେ […]
ଭୁବନେଶ୍ୱର : ଗତକାଲି ଥିଲା ଧନତେରାସ ବା ଧନ୍ଵନ୍ତରୀ ତ୍ରୟୋଦଶୀ । ଏହା ହେଉଛି ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ପ୍ରବଳ ଭିଡ। ଗତକାଲି ଦିନ ବେଳା ଅପେକ୍ଷା ସନ୍ଧ୍ୟା ପରେ ଶୋ’ ରୁମ୍ଗୁଡିକରେ ଭିଡ଼ ଜୋର ହୋଇଥିଲା। ବର୍ତ୍ତମାନ ସୁନାଦର ଆକାଶଛୁଆଁ ହେବ ସତ୍ୱେ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା I ଏହା ଦେଖିବାକୁ ମିଳିଛି ଗୋଟିଏ ଦିନରେ ହୋଇଥିବା ବ୍ୟବସାୟରେ । ଓଡ଼ିଶାରେ କେବଳ ଧନେତେରସରେ ଗ୍ରାହକ କିଣିଛନ୍ତି ୩କ୍ୱିଂଟାଲ ସୁନା । ଗୋଟିଏ ଦିନରେ ପାଖାପାଖି ୧୬୦ କୋଟି ଟଙ୍କାର କାରବାର ହୋଇଛି । ସେହିଭଳି ରାଜଧାନୀରେ କେବଳ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ବିକ୍ରି ହୋଇଛି। ଅପରପକ୍ଷେ ଏଥର ଧନ୍ତେରାସ୍ରେ ସାରା ଦେଶରେ ୩୦ ହଜାର କୋଟି ଟଙ୍କା ମୂଲ୍ୟର ସୁନା, ରୂପା ଏବଂ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସାୟ ହୋଇଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ କହିଛି।
ଏହାବାଦ ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା। ଏଥର ଅନୁକୂଳ ପାଗ ମଧ୍ୟ କାରବାର ପାଇଁ ଅଧିକ ସୁହାଇଥିଲା। ଆହୁରିମଧ୍ୟ ଏଥର ଦୁଇ ଦିନ ଧନ୍ତେରାସ୍ ପଡୁଥିବାରୁ ସପରିବାରେ ଲୋକେ ସୁନା ଦୋକାନରେ ଜମାଇଥିଲେ ଭିଡ଼। ଚଳିତଥର ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୫,୯୦୦ ଟଙ୍କା ରହିଥିବାବେଳେ ଗତ ବର୍ଷ ଏହା ୪୭,୦୦୦ ଟଙ୍କା ରହିଥିଲା। ସେହିଭଳି ରୁପା କିଲୋ ପିଛା ଚଳିତଥର ୭୫,୦୦୦ ଟଙ୍କା ରହିଥିବାବେଳେ ଗତବର୍ଷ ୫୯,୦୦୦ ଟଙ୍କାରେ ବିକ୍ରି ହେଉଥିଲା।




