ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା: ଆଇନମନ୍ତ୍ରୀ
ପୁରୀ:ଶ୍ରୀମନ୍ଦିରରେ ଧାଡି ଦର୍ଶନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ। ନାଟମଣ୍ଡପ ଭିତରେ ଧାଡି ଦର୍ଶନ ନେଇ ପତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ। ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା। ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ନାଟମଣ୍ଡପ ଭିତରେ କିପରି ଭକ୍ତମାନେ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ ସେନେଇ ୬ ଥାକିଆ ବ୍ୟାରିଗେଡ଼ କରାଯାଇଛି କହିଲେ ଆଇନମନ୍ତ୍ରୀ। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି […]
ପୁରୀ:ଶ୍ରୀମନ୍ଦିରରେ ଧାଡି ଦର୍ଶନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ। ନାଟମଣ୍ଡପ ଭିତରେ ଧାଡି ଦର୍ଶନ ନେଇ ପତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ। ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା। ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ନାଟମଣ୍ଡପ ଭିତରେ କିପରି ଭକ୍ତମାନେ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ ସେନେଇ ୬ ଥାକିଆ ବ୍ୟାରିଗେଡ଼ କରାଯାଇଛି କହିଲେ ଆଇନମନ୍ତ୍ରୀ। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ। ରତ୍ନଭଣ୍ଡାର ମରାମତି ସମ୍ପର୍ଣ୍ଣ ହେବା ମାତ୍ରେ ପରଵର୍ତ୍ତୀ ସପ୍ତାହ ଠାରୁ ଗଣତିମଣତି କରାଯିବା ନେଇ ପତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥିବରାଜ ହରିଚନ୍ଦନ।




