ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ: ଟ୍ରାଏଲ ନୁହେଁ ସିଧାସଳଖ ହେବ ଧାଡ଼ି ଦର୍ଶନ

ପୁରୀ:ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏଣିକି ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ ହେବ ଧାଡ଼ି ଦର୍ଶନ।ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ । ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ । ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ନିର୍ମାଣ ସରିଲାଣି ଶ୍ରୀମନ୍ଦିରରେ […]

Samaya Live Picture
Published On

ପୁରୀ:ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏଣିକି ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ ହେବ ଧାଡ଼ି ଦର୍ଶନ।ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ । ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ । ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ନିର୍ମାଣ ସରିଲାଣି ଶ୍ରୀମନ୍ଦିରରେ ବ୍ୟବହାର ହେବାକୁ ଥିବା କାଠ ବ୍ୟାରିକେଡ୍। ଶ୍ରୀମନ୍ଦିର ପ୍ରଶାସନର ଡିଜାଇନ୍ ମୁତାବକ ବେଙ୍ଗାଳୁରୁରୁ ଆସିଥିବା ବର୍ମା ଟିକ୍‌ରେ ତିଆରି ହୋଇଛି ଏହି ଅସ୍ଥାୟୀ ଓ ସ୍ଥାନାନ୍ତର ଯୋଗ୍ୟ ବ୍ୟାରିକେଡ୍। ଖୁବଶୀଘ୍ର ଏହାକୁ ପୁରୀ ପଠାଯିବ।

Tags: