ଦୁଇ ବର୍ଷରୁ କମ ପିଲାଙ୍କୁ କଫ ସିରପ୍ ନଦେବା ପାଇଁ ମାର୍ଗଦର୍ଶିକା ଜାରି କଲା ଡିଜିଏଚଏସ୍
ନୂଆଦିଲ୍ଲୀ : ଦୁଇ ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍ ସିରପ୍ ମନା । ଦୁଇ ବର୍ଷରୁ କମ ବୟସର ପିଲାଙ୍କୁ କାଶ କିମ୍ୱା ସର୍ଦ୍ଦି ହେଲେ ଉପଶମ ପାଇଁ କଫ୍ ସିରପ୍ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ରାଜ୍ୟ ସରକାରଙ୍କୁ ଏଭଳି ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବା ଡିଜିଏଚଏସ୍ । ସମସ୍ତ ଡାକ୍ତରଖାନାଗୁଡ଼ିକ ଏହି ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉପଦେଶାବଳୀରେ କୁହାଯାଇଛି । ରାଜସ୍ଥାନ ଏବଂ […]
ନୂଆଦିଲ୍ଲୀ : ଦୁଇ ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍ ସିରପ୍ ମନା । ଦୁଇ ବର୍ଷରୁ କମ ବୟସର ପିଲାଙ୍କୁ କାଶ କିମ୍ୱା ସର୍ଦ୍ଦି ହେଲେ ଉପଶମ ପାଇଁ କଫ୍ ସିରପ୍ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ରାଜ୍ୟ ସରକାରଙ୍କୁ ଏଭଳି ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବା ଡିଜିଏଚଏସ୍ । ସମସ୍ତ ଡାକ୍ତରଖାନାଗୁଡ଼ିକ ଏହି ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉପଦେଶାବଳୀରେ କୁହାଯାଇଛି । ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ କଫ୍ ସିରପ୍ ବା କାଶ ଔଷଧ ଯୋଗୁଁ ୧୨ ଶିଶୁଙ୍କ ମୃତ୍ୟୁ ବିବାଦ ପରେ ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କଫ୍ ସିରପ୍ ନମୂନାରେ ଡାୟଥିଲିନ ଗ୍ଲାଇକୋଲ୍ (ଡିଇଜି) ବା ଏଥିଲିନ୍ ଗ୍ଲାଇକୋଲ୍ (ଇଜି) ଭଳି କିଛି କ୍ଷତିକାରକ ରାସାୟନିକ ପଦାର୍ଥ ନ ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ତଥାପି ଅଧିକ ପରୀକ୍ଷା ପାଇଁ କଫ୍ ସିରପ୍ ନମୂନା ପଠାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ରାଷ୍ଟ୍ରୀୟ ବିଷାଣୁ ବିଜ୍ଞାନ ସଂସ୍ଥା (ଏନ୍ଆଇଭି), କେନ୍ଦ୍ର ଔଷଧମାନକ ନିୟନ୍ତ୍ରଣ ସଂଗଠନ (ସିଜିଏସସିଓ) ଏବଂ ରାଜ୍ୟ ଅଧିକାରୀ ମାନଙ୍କୁ ନେଇ ଗଠିତ ଟିମ୍ ବିଭିନ୍ନ କଫ୍ ସିରପ ନମୂନା ସଂଗ୍ରହ କରିଥିଲେ । ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଡାୟଥିଲିନ ଗ୍ଲାଇକୋଲ୍ କିମ୍ବା ଏଥିଲିନ୍ ଗ୍ଲାଇକୋଲ୍ ସେଥିରୁ ମିଳିନାହିଁ । ଯାହା କିଡନୀକୁ ଗଭୀର ଭାବରେ କ୍ଷତି ପହଁଚାଇଥାଏ । କେବଳ ସେତିକି ନୁହେଁ ମଧ୍ୟ ପ୍ରଦେଶର ରାଜ୍ୟ ଖାଦ୍ୟ ଓ ଔଷଧ ପ୍ରଶାସନ ମଧ୍ୟ ତିନୋଟି ନମୂନାରେ ଏପରି କିଛି ପାଇନଥିବା ସ୍ପଷ୍ଟ କରିଛି । ତେବେ ଏନଆଇବି ପୁଣେରେ ହୋଇଥିବା ପରୀକ୍ଷଣରେ ଲେପ୍ଟୋସ୍ପାୟରୋସିସ୍ ମିଳିଛି । ଏହା ସହିତ ପାଣି, ମଶା ଏବଂ ବିଭିନ୍ନ ସଂକ୍ରମଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏନସିଡିସି, ଏନ୍ଆଇଭି, ସିଜିଏସସିଓ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ପରୀକ୍ଷଣ ଜାରି ରହିଛି । ତଥାପି ଶିଶୁ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ମାତ୍ର ରାଜସ୍ଥାନରେ ହୋଇଥିବା ଶିଶୁ ମୃତ୍ୟୁ କାରଣ କଫ୍ ସିରପ୍ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱୀକାର କରିଛି । ସେହି କଫ୍ ସିରପରେ ଡେକ୍ସଟ୍ରୋମେଥୋରଫାନ ଆଧାରିତ ଫର୍ମୁଲେସନ ବ୍ୟବହାର କରାଯାଇଛି । ଯାହାକି ଶିଶୁଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ନୁହେଁ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ଡିଜିଏଚଏସ୍ କହିଛି ସାଧାରଣତଃ ୫ ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍ ସିରପ୍ ସେବନ ପାଇଁ ସୁପାରିଶ କରାଯାଏ ନାହିଁ । କେବଳ ବୟସ୍କ ଓ ବୃଦ୍ଧବୃଦ୍ଧାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଫ୍ ସିରପ୍ ଦିଆଯାଇଥାଏ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସରକାର ଜାରି କରିଥିବା ଉପଦେଶାବଳୀ କୁହାଯାଇଛି ଯେ ପିଲାମାନଙ୍କ କାଶ ବିନା ଔଷଧ ଠିକ ହୋଇଯାଏ । ଏଥିପାଇଁ ଶରୀରେ ଜଳୀୟ ଅଂଶ ଠିକ୍ ରଖିବା କଥା ।




