୨୯ରେ ଡିଜି ସମ୍ମିଳନୀ : ସୁରକ୍ଷା ବଳୟରେ ରାଜଧାନୀ, ୫ ସ୍ଥାନ ନୋ ଫ୍ଲାଇଂ ଜୋନ୍‌

ଭୁବନେଶ୍ୱର : ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଅପରାହ୍ଣ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏୟାରପୋର୍ଟରୁ ରାଜଭବନ ଯିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିବେ ପ୍ରଧାନମନ୍ତ୍ରୀ । ସେଠାରେ ୨ ଘଣ୍ଟା ସନ୍ଧ୍ୟା ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ରହି ଦଳୀୟ କାର୍ଯ୍ୟାଳୟରେ ରହିବା ସହିତ ସମସ୍ତଙ୍କ ସହ […]

Samaya Live Picture
Published On

ଭୁବନେଶ୍ୱର : ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଅପରାହ୍ଣ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏୟାରପୋର୍ଟରୁ ରାଜଭବନ ଯିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିବେ ପ୍ରଧାନମନ୍ତ୍ରୀ । ସେଠାରେ ୨ ଘଣ୍ଟା ସନ୍ଧ୍ୟା ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ରହି ଦଳୀୟ କାର୍ଯ୍ୟାଳୟରେ ରହିବା ସହିତ ସମସ୍ତଙ୍କ ସହ ଆଲୋଚନା କରିବେ । ୮ଟା ୩୦ରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ୮ଟା ୪୫ରେ ରାଜଭବନରେ ପହଞ୍ଚିବେ। ସେଠାରେ ରାତ୍ରିଯାପନ କରିବେ। ଏହାପରେ ୩୦ ତାରିଖ ସକାଳ ୮ଟା ୩୦ରେ ରାଜଭବନରୁ ବାହାରି ସିଧାସଳଖ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ସେଠାରେ ସେ ରାତି ୮ଟା ପର୍ଯ୍ୟନ୍ତ ରହିବେ। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ପ୍ରଧାମନ୍ତ୍ରୀଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ରାଜଧାନୀର ୬ଟି ସ୍ଥାନକୁ ‘ନୋ ଫ୍ଲାଇଙ୍ଗ ଜୋନ୍‌’ ଘୋଷଣା କରାଯାଇଛି। ଏ ନେଇ ବୁଧବାର କମିଶନରେଟ୍ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି । ବିମାନବନ୍ଦର, ଲୋକସେବା ଭବନ, ରାଜ୍ୟ ଅତିଥି ଭବନ, ରାଜଭବନ, ମୈତ୍ରୀବିହାର, ଆଇପିଏସ୍ ମେସ୍ ଓ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କମିଶନରେଟ ପୋଲିସ ପକ୍ଷରୁ ନୋ ଫ୍ଲାଇଂ ଜୋନ୍ କରାଯାଇଛି । ଭୁବନେଶ୍ବରକୁ ପାଖାପାଖି ୮୫ ପ୍ଲାଟୁନ ଫୋର୍ସ ଜଗିଵେ। ଏୟାରପୋର୍ଟ, ଅତିଥିଙ୍କ ରହଣୀ ସ୍ଥାନ ଓ ଲୋକସେବା ଭବନ ସମ୍ମିଳନୀ କକ୍ଷ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବିଭିନ୍ନ ରାଜ୍ୟର ପୋଲିସ ଡିଜି, କେନ୍ଦ୍ରୀୟ ସୁରକ୍ଷା ବାହିନୀର DG, ସୀମା ସୁରକ୍ଷା ବଳ ଡିଜି, ଏନସିବି ଡିଜି ପ୍ରମୁଖ ରାଜ୍ୟ ଅତିଥିଭବନରେ ରହିବେ। ଏଥିପାଇଁ ଅତିଥି ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: