ଦେବସ୍ନାନ ପୂର୍ଣ୍ଣିମା 

ଦେବସ୍ନାନ ପୂର୍ଣ୍ଣିମା 
Ipsita Picture
By: Ipsita
Published On

 

ପୃଥିବୀ ପ୍ରସିଦ୍ଧ ରଥଯାତ୍ରାର ଆଦ୍ୟପର୍ବ ଭାବେ ସ୍ନାନଯାତ୍ରାକୁ ବିବେଚନା କରାଯାଇଥାଏ । ଏହି ଦିନଠାରୁ ମହାପ୍ରଭୁଙ୍କର ରଥଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇଥାଏ । ସ୍ନାନପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜିୟୁଙ୍କୁ ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଦ୍ୱାରା ସ୍ନାନ କରାଯାଇଥାଏ । ଏହି ଦିନ ଠାକୁର ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦିଅନ୍ତି । ଏହାକୁ ଭଗବାନଙ୍କର ଏକ ମାନବୀୟ ଲୀଳା ବୋଲି ଆଖ୍ୟା ଦିଆଯାଇଥାଏ । ଏହି ଦିନ ଠାକୁର ୧୦୮ ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଥାଆନ୍ତି । ତେଣୁ ଏହାପରେ ଅଣସର ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନ କୀମ୍ବଦନ୍ତୀ ଅନୁସାରେ ଠାକୁରଙ୍କର ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥାଏ । ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଶ୍ରୀଜିୟୁ ଜ୍ୱରରେ ପଡ଼ନ୍ତି । ଏହି ଦିନମାନଙ୍କରେ ଠାକୁରଙ୍କର ଦର୍ଶନ ବନ୍ଦ ରହିଥାଏ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।

Tags: