୨ଟି ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବେ ଶ୍ରଦ୍ଧାଳୁ
ପୁରୀ : ଶ୍ରୀମନ୍ଦିର ୪ ଦ୍ୱାର ପ୍ରବେଶ ଉପରେ ଲାଗିଲା କଟକଣା । ଆସନ୍ତା କାଲିଠାରୁ ୨ ଟି ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ । କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ କରାଯାଇଛି ପରିବର୍ତ୍ତନ । କେବଳ ସିଂହଦ୍ଵାର ଓ ପଶ୍ଚିମଦ୍ବାର ଦେଇ ଭକ୍ତ ମାନେ ପ୍ରବେଶ କରିବେ । ସିଂହଦ୍ଵାର ବ୍ୟତୀତ ଅନ୍ୟ ତିନି ଦ୍ବାର ଦେଇ ମନ୍ଦିରରୁ ପ୍ରସ୍ଥାନ କରିବେ । ଅର୍ଥାତ୍ ୨ ଦ୍ବାରରେ […]
ପୁରୀ : ଶ୍ରୀମନ୍ଦିର ୪ ଦ୍ୱାର ପ୍ରବେଶ ଉପରେ ଲାଗିଲା କଟକଣା । ଆସନ୍ତା କାଲିଠାରୁ ୨ ଟି ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ । କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ କରାଯାଇଛି ପରିବର୍ତ୍ତନ । କେବଳ ସିଂହଦ୍ଵାର ଓ ପଶ୍ଚିମଦ୍ବାର ଦେଇ ଭକ୍ତ ମାନେ ପ୍ରବେଶ କରିବେ । ସିଂହଦ୍ଵାର ବ୍ୟତୀତ ଅନ୍ୟ ତିନି ଦ୍ବାର ଦେଇ ମନ୍ଦିରରୁ ପ୍ରସ୍ଥାନ କରିବେ । ଅର୍ଥାତ୍ ୨ ଦ୍ବାରରେ ପ୍ରବେଶ ଓ ୩ ଟି ଦ୍ବାରରେ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ । ସିଂହଦ୍ବାରରେ ପ୍ରସ୍ଥାନ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହି ବ୍ୟବସ୍ଥା ଶ୍ରୀମନ୍ଦିର ସେବକ ଓ ସେବକ ପରିବାର ସଦସ୍ୟଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।




