ଶ୍ରୀଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ, ଉପାସରେ ମହାପ୍ରଭୁ ଲିଙ୍ଗରାଜ
ଭୁବନେଶ୍ୱର : ଆଜି ମଧ୍ୟ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦ ଯୋଗୁଁ ଅପୂଜା ରହିଛନ୍ତି ଶ୍ରୀଲିଙ୍ଗରାଜ । ପଇତା ଲାଗି ନୀତିକୁ ନେଇ ଏହି ବିବାଦ ଉପୁଜୁଛି । ସୂଚନାନୁସାରେ,୨୦୨୦ ମସିହାରୁ ଲାଗି ରହିଥିବା ବିବାଦର ସମାଧାନ ହୋଇପାରୁନାହିଁ । ଫଳରେ ଗତ ତିନି ବର୍ଷ ହେବ ମନ୍ଦିରରେ ପବିତ୍ରାରୋପଣ ନୀତି ସମ୍ଭବ ହେଉନାହିଁ । ଚଳିତ ବର୍ଷ ମଧ୍ୟ ଏହି କାରଣରୁ ପୂର୍ବ ବର୍ଷମାନଙ୍କ ପରି […]
ଭୁବନେଶ୍ୱର : ଆଜି ମଧ୍ୟ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦ ଯୋଗୁଁ ଅପୂଜା ରହିଛନ୍ତି ଶ୍ରୀଲିଙ୍ଗରାଜ । ପଇତା ଲାଗି ନୀତିକୁ ନେଇ ଏହି ବିବାଦ ଉପୁଜୁଛି ।
ସୂଚନାନୁସାରେ,୨୦୨୦ ମସିହାରୁ ଲାଗି ରହିଥିବା ବିବାଦର ସମାଧାନ ହୋଇପାରୁନାହିଁ । ଫଳରେ ଗତ ତିନି ବର୍ଷ ହେବ ମନ୍ଦିରରେ ପବିତ୍ରାରୋପଣ ନୀତି ସମ୍ଭବ ହେଉନାହିଁ । ଚଳିତ ବର୍ଷ ମଧ୍ୟ ଏହି କାରଣରୁ ପୂର୍ବ ବର୍ଷମାନଙ୍କ ପରି ଗତକାଲି ସଂଧ୍ୟାରୁ ପ୍ରଭୁଙ୍କ ନୀତିକୁ ବନ୍ଦ କରି ଦିଆଯାଇଛି। । ଆଜି ଦିନ ତମାମ ଶ୍ରୀଜିଉଙ୍କ କୌଣସି ନୀତି ସମ୍ପନ୍ନ ହେବ ନାହିଁ । ଏହିଭଳି ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି । ନିୟମିତ ଭାବେ ବିଗତ କିଛି ବର୍ଷ ସମାନ ଧରଣର ସ୍ଥିତି ଉପୁଜୁ ଥିଲେ ସୁଦ୍ଧା ଦେବୋତ୍ତାର କମିସନର କୌଣସି ପ୍ରକାରେ ସମାଧାନ ଦିଗରେ ସାମାନ୍ୟତମ ଆଗ୍ରହ ପ୍ରଦର୍ଶନ କରୁନାହାନ୍ତି । ଯାହା ଫଳରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦେବୋତ୍ତର ବିଭାଗ ଉପରେ ଆସ୍ଥା କମିବାରେ ଲାଗିଛି ।




