ବର-କନ୍ୟା ଅଟକ
କେନ୍ଦ୍ରାପଡା : ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ I ମଦ୍ୟପାନ କରି କନ୍ୟା ପକ୍ଷର ଗାଡି ଜାଳିଦେଲେ ବରଯାତ୍ରୀ I ଏହି ଗଣ୍ଡଗୋଳରେ ବରପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ବାହାଘର ପରେ ବର କନ୍ୟାଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କଏଥା ଗାଁରେ । ସୂଚନା ଅନୁଯାୟୀ,ଗତକାଲି କଏଥା ଗାଁର ପ୍ରଫୁଲ୍ଲ ପଢିଆରୀଙ୍କ ଝିଅ ପ୍ରତିମାଙ୍କ ସହିତ ଯଦୁ ଚନ୍ଦ୍ରପୁର […]
କେନ୍ଦ୍ରାପଡା : ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ I ମଦ୍ୟପାନ କରି କନ୍ୟା ପକ୍ଷର ଗାଡି ଜାଳିଦେଲେ ବରଯାତ୍ରୀ I ଏହି ଗଣ୍ଡଗୋଳରେ ବରପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ବାହାଘର ପରେ ବର କନ୍ୟାଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କଏଥା ଗାଁରେ ।
ସୂଚନା ଅନୁଯାୟୀ,ଗତକାଲି କଏଥା ଗାଁର ପ୍ରଫୁଲ୍ଲ ପଢିଆରୀଙ୍କ ଝିଅ ପ୍ରତିମାଙ୍କ ସହିତ ଯଦୁ ଚନ୍ଦ୍ରପୁର ଗାଁର ହରେକୃଷ୍ଣ ରାଉଳଙ୍କ ପୁଅ ମାନସ ରାଉଳଙ୍କ ବିବାହ ଥିଲା । ରୋଶଣୀ କରି କନ୍ୟା ଗାଁରେ ପହଞ୍ଚିଥିଲେ I ପ୍ରସେସନରେ ଆସିବାବେଳେ ବରଯାତ୍ରୀମାନେ ଅତ୍ୟଧିକ ମଦ୍ୟପାନ କରି ଗ୍ରାମବାସୀଙ୍କ ସହିତ ଗଣ୍ଡଗୋଳ କରିଥିଲେ I ବରଯାତ୍ରୀମାନେ ଉତ୍ୟକ୍ତ ହୋଇ କନ୍ୟାପକ୍ଷର ଏକ ଅଟୋକୁ ଜାଳି ଦେବାରୁ ଉତ୍ତେଜନା ତୀବ୍ର ହୋଇଥିଲା । ଶେଷରେ ବିବାହ କ୍ଷତିପୂରଣ ଦାବିରେ ଉଭୟ ବରକନ୍ୟାଙ୍କୁ ଯିବାକୁ ଦେଇନଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ରାଜନଗର ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି




