ଶ୍ରଦ୍ଧାଳୁଙ୍କ ଭିଡ଼ ସତ୍ତ୍ୱେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ : ଏଏସ୍‌ଆଇ

ପୁରୀ : ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ସୋମବାର ଅଦାଲତଙ୍କୁ ଅବଗତ କରିଛନ୍ତି । ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହୋଇଥିଲାବେଳେ ଏହାର ଗଣତିମଣତି କାର୍ଯ୍ୟ ନହେବାକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଏକ ମିସ‌ କେଶ ରୁଜୁ କରାଯାଇଥିଲା । କ’ଣ ପାଇଁ ଗଣତି ମଣତି କାର୍ଯ୍ୟ କରାଯାଉ ନାହିଁ ତାହା ଉପରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । […]

ଶ୍ରଦ୍ଧାଳୁଙ୍କ ଭିଡ଼ ସତ୍ତ୍ୱେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ : ଏଏସ୍‌ଆଇ
Samaya Live Picture
Published On

ପୁରୀ : ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ସୋମବାର ଅଦାଲତଙ୍କୁ ଅବଗତ କରିଛନ୍ତି । ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହୋଇଥିଲାବେଳେ ଏହାର ଗଣତିମଣତି କାର୍ଯ୍ୟ ନହେବାକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଏକ ମିସ‌ କେଶ ରୁଜୁ କରାଯାଇଥିଲା । କ’ଣ ପାଇଁ ଗଣତି ମଣତି କାର୍ଯ୍ୟ କରାଯାଉ ନାହିଁ ତାହା ଉପରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜବାବ ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ମେ’ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି।

ସେହିଭଳି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଛି । ତେବେ ଶୁଣାଣି ସମୟରେ ତଦନ୍ତ କମିଶନଙ୍କ ରିପୋର୍ଟ ଆଗାମୀ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି ଆଡଭୋକେଟ୍‌ ଜେନେରାଲ କୋର୍ଟଙ୍କୁ ସୂଚନା ଦେଇଥିଲେ ।

ସୂଚନାନୁସାରେ, ୨୦୧୮ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଥିବା ଜଣାପଡ଼ିଥିଲା । ଭିତର ରତ୍ନଭଣ୍ଡାର ମରାମତି ପାଇଁ ଚାବି ଖୋଜା ପଡ଼ିଥିଲେ ମଧ୍ୟ ଚାବି ମିଳିନଥିଲା । ଜିଲ୍ଲା ଟ୍ରେଜେରିରେ ଚାବି ନଥିବା ପୁରୀର ତତ୍କାଳୀନ ଜିଲ୍ଲାପାଳ କହିବା ପରେ ଆଲୋଡନ ସୃଷ୍ଟି ହୋଇଥିଲା; କିନ୍ତୁ ପରେ ଜିଲ୍ଲା ରେକର୍ଡ଼ ରୁମ୍‌ରେ ଏକ ଡୁପ୍ଲିକେଟ୍‌ ଚାବି ଜଉମୁଦ ଲଫାପାରେ ରହିଥିବା ଜିଲ୍ଲାପାଳ କହିଥିଲେ ।

Tags: