ଇସ୍କନ ର ବେଖାତିର,ପୁଣି ଆରମ୍ଭ କଲା ଅଦିନିଆ ରଥଯାତ୍ରା
ଭୁବନେଶ୍ୱର : ଇସ୍କନ ର ମନମାନୀ । ନୀତି ନିୟମକୁ ବେଖାତିର କରି ପୁଣି ଆରମ୍ଭ କଲା ଅଦିନିଆ ରଥଯାତ୍ରା । ଉତ୍ତରାଖଣ୍ଡ ମଧୁବନ ଆଶ୍ରମ ରିଷିକେଷରେ ଏହି ରଥଯାତ୍ରା କରାଯାଇଥିବା ସୂଚନା ମିଳିଛି। ବାରମ୍ବାର ତାଗିଦ ଓ ବିରୋଧ ପରେ ବି ମନମାନି କରୁଛି ଇସ୍କନ । ଅଦିନିଆ ରଥଯାତ୍ରାର ଆୟୋଜନକୁ ନେଇ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଲାଗିଛି । ଚଳିତ ଅକ୍ଟୋବର ୭ ତାରିଖ ମଙ୍ଗଳବାରରେ ଏହି ରଥଯାତ୍ରା ଇସ୍କନ ପକ୍ଷରୁ କରାଯାଇଥିଲା […]
ଭୁବନେଶ୍ୱର : ଇସ୍କନ ର ମନମାନୀ । ନୀତି ନିୟମକୁ ବେଖାତିର କରି ପୁଣି ଆରମ୍ଭ କଲା ଅଦିନିଆ ରଥଯାତ୍ରା । ଉତ୍ତରାଖଣ୍ଡ ମଧୁବନ ଆଶ୍ରମ ରିଷିକେଷରେ ଏହି ରଥଯାତ୍ରା କରାଯାଇଥିବା ସୂଚନା ମିଳିଛି। ବାରମ୍ବାର ତାଗିଦ ଓ ବିରୋଧ ପରେ ବି ମନମାନି କରୁଛି ଇସ୍କନ । ଅଦିନିଆ ରଥଯାତ୍ରାର ଆୟୋଜନକୁ ନେଇ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଲାଗିଛି ।
ଚଳିତ ଅକ୍ଟୋବର ୭ ତାରିଖ ମଙ୍ଗଳବାରରେ ଏହି ରଥଯାତ୍ରା ଇସ୍କନ ପକ୍ଷରୁ କରାଯାଇଥିଲା । ସକାଳ ସାଢ଼େ ୯ଟାରେ ମଧୁବନ ଆଶ୍ରମରୁ ରଥ ବାହାରି ତ୍ରିବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱାରା ଶ୍ରୀଗୁରୁ ସିଂ ସଭା ରେଳୱ ରୋଡ୍ ରେ ପହଞ୍ଚିଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟ ଲୋକେ ସାମିଲ ହୋଇଥିଲେ । ଏକ ଚାରି ଚକିଆ ଗାଡ଼ିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଏକ ୪ ଚକିଆ ଗାଡ଼ିରେ ନିଆଯାଇଥିଲା । ଇସ୍କନର ଏପରି ନୀତି ବିରୋଧୀ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ସେପ୍ଟେମ୍ବର ୬ ତାରିଖରେ ଇସ୍କନକୁ ଏକ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଦିଆଯାଇଥିଲା । ନୀତି ଓ ପରମ୍ପରାକୁ ନ ମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତିଙ୍କ ଦ୍ଵାରା ଇସ୍କନକୁ ଚିଠି ଲେଖାଯାଇଥିଲା। ତଥାପି ମାତ୍ର ମାସେ ଭିତରେ ନୀତି ତିଥିକୁ ଅବମାନନା କରି ଇସ୍କନ ରଥଯାତ୍ରା କରିଥିବାରୁ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।




