ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

ସୁନ୍ଦରଗଡ଼ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେପୁଟି ରେଞ୍ଜର । ୧୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଶ୍ରା ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକ । ଅସିତଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ ହୋଇଛି । ଚଢ଼ାଉ ବେଳେ ରାଉରକେଲା ବାସନ୍ତୀ କଲୋନୀରେ ଥିବା ଘରୁ ମିଳିଛି ନଗଦ ୮ ଲକ୍ଷ ୩୭ ହଜାର ଟଙ୍କା । ଏଥିସହ ୩୯୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ । […]

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର
Samaya Live Picture
Published On

ସୁନ୍ଦରଗଡ଼ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେପୁଟି ରେଞ୍ଜର । ୧୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଶ୍ରା ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକ । ଅସିତଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ ହୋଇଛି । ଚଢ଼ାଉ ବେଳେ ରାଉରକେଲା ବାସନ୍ତୀ କଲୋନୀରେ ଥିବା ଘରୁ ମିଳିଛି ନଗଦ ୮ ଲକ୍ଷ ୩୭ ହଜାର ଟଙ୍କା । ଏଥିସହ ୩୯୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ବେଳେ ସମସ୍ତ ଜବତ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ ।

Tags: