ସୁଭଦ୍ରା ସମ୍ପର୍କିରେ ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଲେ, ମହିଳା ମାନେ ସାଇବର ଠକେଇର ଶିକାର ହୁଅନ୍ତୁ ନାହିଁ । ସୁଭଦ୍ରା ଯୋଜନା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଫୋନ କିମ୍ବା ଲିଙ୍କ ଯିବ ନାହିଁ । ଫୋନ କଲ ଏବଂ ଲିଙ୍କ ଆଦି ଉପରେ ଧ୍ୟାନ ଦେଲେ ସାଇବର ଠକେଇର ଶିକାର ହୋଇଯିବେ । ଏ ସବୁ କିଛି କରନ୍ତୁ ନାହିଁ, ସୁଭଦ୍ରା ଟଙ୍କା ମହିଳାଙ୍କ ଆକାଉଣ୍ଟରେ ସିଧାସଳଖ […]

Samaya Live Picture
Published On

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଲେ, ମହିଳା ମାନେ ସାଇବର ଠକେଇର ଶିକାର ହୁଅନ୍ତୁ ନାହିଁ । ସୁଭଦ୍ରା ଯୋଜନା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଫୋନ କିମ୍ବା ଲିଙ୍କ ଯିବ ନାହିଁ । ଫୋନ କଲ ଏବଂ ଲିଙ୍କ ଆଦି ଉପରେ ଧ୍ୟାନ ଦେଲେ ସାଇବର ଠକେଇର ଶିକାର ହୋଇଯିବେ । ଏ ସବୁ କିଛି କରନ୍ତୁ ନାହିଁ, ସୁଭଦ୍ରା ଟଙ୍କା ମହିଳାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମାଧ୍ୟମରେ ପହଞ୍ଚିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

କିଛି ସମୟ ପୂର୍ବରୁ ଖବର ଆସିଲା, ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଯାଇଛି କି ନାହିଁ, ସେଥିପାଇଁ ଜଣଙ୍କୁ ଫୋନ କଲ ଆସିଲା । ଲିଙ୍କରେ କ୍ଲିକ୍ କଲେ ସୁଭଦ୍ରା ଯୋଜନାର ଟଙ୍କା ମିଳିଯିବ ବୋଲି କହିଲେ । ସେହି ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୨ ହାଜର ୫୦୦ ଟଙ୍କା କଟି ଗଲା ।

ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି,ସରକାରଙ୍କ ତରଫରୁ କୌଣସି ଫୋନ୍ କଲ୍ ଯାଉନି । ଯଦି କିଛି ଲିଙ୍କ୍ ଆସୁଥାଏ, ଏହା ସାଇବର ଠକଙ୍କ କାମ ହୋଇପାରେ । ଏଥିପାଇଁ ସତର୍କ ରହନ୍ତୁ, କୌଣସି ଲିଙ୍କରେ କ୍ଲିକ୍ ନକରିବାକୁ କହିଛନ୍ତି । ଫର୍ମରେ ଆବେଦନ କରନ୍ତୁ, ଇ-କେୱାଇସି ଦିଅନ୍ତୁ, ନିଶ୍ଚିତ ଟଙ୍କା ପାଇବେ ।

ଆସନ୍ତା କାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଜନ୍ମଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ହିତାଧିକାରୀଙ୍କୁ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା । ଏହା ସହ ଦେଶର ୧୦ ଲକ୍ଷ ଆବାସ ହିତାଧିକାରୀଙ୍କୁ ମଧ୍ୟ ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି। ଏହି ଅବସରରେ ଆବାସ ପ୍ଲସ୍ ୨୦୨୪ ଆପର ମଧ୍ୟ ଉନ୍ମୋଚନ କରିବେ ।

ସୂଚନାନୁସାରେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସିଧାସଳଖ ଗାଡ଼କଣ ସବର ସାହି ପରିଦର୍ଶନରେ ଯିବେ । ସେଠାରେ ପିଏମ ଆବାସ ଯୋଜନାରେ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଆବାସ ଉଦ୍ଘାଟନ କରିବା ସହ ପାଖାପାଖି ୩୦ ମିନିଟ ରହି ୨୦ ଜଣ ଆବାସ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ । ସବର ସାହିରେ ସମୁଦାୟ ୧୨୦ ଜଣ ପରିବାର ମଧ୍ୟରୁ ୩୬ ଜଣ ପିଏମ ଆବାସ ପାଇଁ ଚୟନ ହୋଇଛନ୍ତି ।

Tags: