ବାଲେଶ୍ୱରରେ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ସ୍ଥିତି ପରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ବାଲେଶ୍ୱର:ବାଲେଶ୍ୱର ଗସ୍ତରେ ଯାଇ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ପରଖିଛନ୍ତି ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା। ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହେଇ ଥିବା ଧାନ ଫସଲର ସ୍ଥିତି ପରଖିଥିଲେ। ବାଲେଶ୍ୱର ସଦର ବ୍ଲକର ଓଳନ୍ଦ ସରଗାଁ ପଞ୍ଚାୟତର ମହାପଦା ଗାଁରେ ଲଗାଣ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ହେଇଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ ଉପ ମୁଖ୍ୟମନ୍ତ୍ରୀ। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ମାନଙ୍କ ପ୍ରତି ସରକାରଙ୍କ ସମବେଦଶିଳ ମନୋଭାବ ରହିଛି। ବିଭିନ୍ନ ସ୍ଥାନରେ ଚାଷ ଜମି […]

Samaya Live Picture
Published On

ବାଲେଶ୍ୱର:ବାଲେଶ୍ୱର ଗସ୍ତରେ ଯାଇ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ପରଖିଛନ୍ତି ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା। ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହେଇ ଥିବା ଧାନ ଫସଲର ସ୍ଥିତି ପରଖିଥିଲେ। ବାଲେଶ୍ୱର ସଦର ବ୍ଲକର ଓଳନ୍ଦ ସରଗାଁ ପଞ୍ଚାୟତର ମହାପଦା ଗାଁରେ ଲଗାଣ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ହେଇଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ ଉପ ମୁଖ୍ୟମନ୍ତ୍ରୀ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ମାନଙ୍କ ପ୍ରତି ସରକାରଙ୍କ ସମବେଦଶିଳ ମନୋଭାବ ରହିଛି। ବିଭିନ୍ନ ସ୍ଥାନରେ ଚାଷ ଜମି ପ୍ରଭାବିତ ହୋଇଛି ।  ବିଲରେ ପାଣି ଅଛି। ଧାନ ଗଜା ହୋଇ ଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ର ସମୀକ୍ଷା ଚାଲିଛି । ସ୍ଥିତି ଅନୁଧ୍ୟାନ ପରେ ସମସ୍ତ ମନ୍ତ୍ରୀ ଓ ଅଧିକାରୀ ମାନେ କାଲି ସମୀକ୍ଷା ହେବ । କ୍ଷତିଗ୍ରସ୍ତ  କୌଣସି ଜଣେ ମାତ୍ର  ବଞ୍ଚିତ ହେବେ ନାହିଁ । ସମସ୍ତଙ୍କୁ ଇନପୁଟ ସବସିଡି ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Tags: