ସମ୍ଭାବ୍ୟ ବାତ୍ୟା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ

କୋଣାର୍କ: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସମସ୍ତ ସ୍ତରରେ ପ୍ରୟାସ ଜାରି ରହିଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଆଉ ଏକ ଘୋଷଣା କରିଛନ୍ତି । ଆସନ୍ତା ୨୫ ତାରିଖ ଯାଏଁ ୧୪ଟି ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳ ଗସ୍ତ କରିଛନ୍ତି । ବାତ୍ୟା ମୁକାବିଲା ନେଇ ଗୋପରେ ସମୀକ୍ଷା ବୈଠକ […]

Samaya Live Picture
Published On

କୋଣାର୍କ: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସମସ୍ତ ସ୍ତରରେ ପ୍ରୟାସ ଜାରି ରହିଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଆଉ ଏକ ଘୋଷଣା କରିଛନ୍ତି । ଆସନ୍ତା ୨୫ ତାରିଖ ଯାଏଁ ୧୪ଟି ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳ ଗସ୍ତ କରିଛନ୍ତି । ବାତ୍ୟା ମୁକାବିଲା ନେଇ ଗୋପରେ ସମୀକ୍ଷା ବୈଠକ କରିଛନ୍ତି ଶ୍ରୀମତି ପରିଡ଼ା । ବୈଠକରେ ଗୋପ, କୋଣାର୍କ ଏବଂ ନିପାପଡ଼ା ବ୍ଲକର ବିଭିନ୍ନ ଅଧିକାରୀମାନେ ସାମିଲ ହୋଇଛନ୍ତି । ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଉପ ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ଆଲୋଚନା କରିଛନ୍ତି ।

କୋଣାର୍କରେ ୧୪ଟି ଜିଲ୍ଲାରେ ଅଙ୍ଗନାବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ପୂର୍ବରୁ ଏହି ସବୁ ଜିଲ୍ଲାଗୁଡ଼ିକରେ ସ୍କୁଲକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ।

Tags: