ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଜବାବ
ଭୁବନେଶ୍ୱର : ଉପନିର୍ବାଚନ ପାଇଁ ନୂଆପଡା ରାଜନୀତି ମୈଦାନ ଏବେ ସରଗରମ ରହିଛି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଗସ୍ତକରି କୋମନାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଏହି ସମୟରେ ବିଜେଡି ସୁପ୍ରିମୋ ନବୀନଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସେ କହିଛନ୍ତି, ବିଶ୍ୱାସଘାତକତା କ’ଣ ଏବେ ବୋଧେ ଛାମୁଙ୍କୁ ଲାଗିଲା। ନବୀନଙ୍କ […]
ଭୁବନେଶ୍ୱର : ଉପନିର୍ବାଚନ ପାଇଁ ନୂଆପଡା ରାଜନୀତି ମୈଦାନ ଏବେ ସରଗରମ ରହିଛି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଗସ୍ତକରି କୋମନାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଏହି ସମୟରେ ବିଜେଡି ସୁପ୍ରିମୋ ନବୀନଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସେ କହିଛନ୍ତି, ବିଶ୍ୱାସଘାତକତା କ’ଣ ଏବେ ବୋଧେ ଛାମୁଙ୍କୁ ଲାଗିଲା। ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାକୁ ନୂଆପଡ଼ାବାସୀ ପ୍ରସ୍ତୁତ ଅଛନ୍ତି। ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାକତା ହୋଇଛି । ଏହାର ଜବାବ ସୁଭଦ୍ରା ଭଉଣୀମାନେ ଉପନିର୍ବାଚନରେ ନିଶ୍ଚୟ ଦେବେ। ଯିଏ ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାତ କରିଛି ତାର ଜବାବ ନିର୍ବାଚନରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ । ସେହିପରି ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡାବାସୀ । ଡବଲ ଇଂଜିନ, କ୍ୟାପଟେନ ଫିଟ -ବିଜେପିକୁ ହିଁ ବାଛିବେ, ପଦ୍ମଫୁଲରେ ଭୋଟ ଦେବେ ।
ସେପଟେ ଗତକାଲି ନବୀନ ପଟ୍ଟନାୟକ ନୂଆପଡ଼ା ଆସି କୋମନା ବ୍ଲକର ତରବୋଡ଼ ପ୍ରୋଜେକ୍ଟ ସମ୍ଭବ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରଥମେ ସେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲା ଗଠନରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ। ନବୀନ କହିଥିଲେ, ବିଜେପି ଭୋଟ ଚୋରି କରି ସରକାର ଗଢ଼ିଥିଲା। ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ନୂଆପଡାବାସୀ ଓ ବିଜୁ ଜନତା ଦଳ ସହ ବେଇମାନି ହୋଇଛି। ଏଥିପାଇଁ ଲୋକଙ୍କ ମନରେ କ୍ରୋଧ ରହିଛି। ଏ ବିଶ୍ୱାସଘାତକତାର ଜବାବ ନୂଆପଡାବାସୀ ଭୋଟରେ ଦେବେ ବୋଲି ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ।




