ଦେବଗଡ଼ ପୌରଧ୍ୟକ୍ଷା ନିଲମ୍ବିତ

ଦେବଗଡ଼ : ପଦଚ୍ୟୁତ ହେଲେ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ମଞ୍ଜରୀ ଦେଇ । ବିଭିନ୍ନ ଅନିୟମିତତା ଅଭିଯୋଗ ପରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କୁ ପଦଚ୍ୟୁତ କରାଯାଇଛି । ଅଭିଯୋଗ ଆଧାରରେ ରାଜ୍ୟ ସରକାର ଗତ ନଭେମ୍ବର ୧୧ ତାରିଖରେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ନୋଟିସ ଜାରୀ କରିଥିଲେ। ସେହିପରି ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲ୍ଲଙ୍ଘନ କରିବା ସହ ଗାଇଡଲାଇନକୁ ଅମାନ୍ୟ କରିଥିବା ରାଜ୍ୟ […]

Samaya Live Picture
Published On

ଦେବଗଡ଼ : ପଦଚ୍ୟୁତ ହେଲେ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ମଞ୍ଜରୀ ଦେଇ । ବିଭିନ୍ନ ଅନିୟମିତତା ଅଭିଯୋଗ ପରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କୁ ପଦଚ୍ୟୁତ କରାଯାଇଛି । ଅଭିଯୋଗ ଆଧାରରେ ରାଜ୍ୟ ସରକାର ଗତ ନଭେମ୍ବର ୧୧ ତାରିଖରେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ନୋଟିସ ଜାରୀ କରିଥିଲେ। ସେହିପରି ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲ୍ଲଙ୍ଘନ କରିବା ସହ ଗାଇଡଲାଇନକୁ ଅମାନ୍ୟ କରିଥିବା ରାଜ୍ୟ ସରକାର ଜିଲାପାଳଙ୍କ ତଦନ୍ତ ରିପୋର୍ଟରୁ ଅନୁଭବ କରିଥିଲେ। ଫଳରେ ତାଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଅପସାରଣ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯ।ୟୀ, ଓଡିଶା ସରକାରଙ୍କ ଗୃହ ଓ ନଗରଉର୍ଣ୍ଣୟନ ବିଭାଗଙ୍କ ଚିଠି ସଂଖ୍ୟା ୧୯୦୨,ତା ୨୮.୦୧.୨୫ ଅନୁଯାଇ,ଚେୟାରମ୍ୟାନଙ୍କୁ ତତକ୍ଷଣାତ ବହିଷ୍କାର କରାଯାଇଛି । ଉପରୋକ୍ତ ଧାରା ଅନୁଯାଇ ଧାରାବାହିକ ଭାବେ ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଶ୍ରୀମତୀ ଶାନ୍ତିମଞ୍ଜରୀ ଦେଇଙ୍କୁ ସରକାର ଗତ ନଭେମ୍ବର ମାସ ୧୧ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଥିଲେ । ଚେୟାରମ୍ୟାନ ଏହି ନୋଟିସକୁ ହାଇକୋଟରେ ଚେଲେଞ୍ଜ କରିଥିଲେ ।

Tags: