ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା:ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ
କଟକ:ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା। ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ। ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ। ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ଅଭିଯୋଗ। ଡେଣ୍ଟାଲ ସର୍ଜନ ମେରିଟ ଲିଷ୍ଟ ମଗାଇଥିଲେ ହାଇକୋର୍ଟ। ତାହା ଦେବାରେ ସକ୍ଷମ ହୋଇ ନଥିଲା ଓପିଏସସି। ଭୀଷଣ ବିରକ୍ତ ପ୍ରକାଶ କଲେ ମୁଖ୍ୟ ବିଚାରପତି।ମେରିଟ ଲିଷ୍ଟ ସହିତ ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ। ଆସନ୍ତା ସୋମବାର ବ୍ୟକ୍ତିଗତ ଭାବେ ହାଜର ହେବେ […]
କଟକ:ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା। ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ। ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ। ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ଅଭିଯୋଗ। ଡେଣ୍ଟାଲ ସର୍ଜନ ମେରିଟ ଲିଷ୍ଟ ମଗାଇଥିଲେ ହାଇକୋର୍ଟ। ତାହା ଦେବାରେ ସକ୍ଷମ ହୋଇ ନଥିଲା ଓପିଏସସି। ଭୀଷଣ ବିରକ୍ତ ପ୍ରକାଶ କଲେ ମୁଖ୍ୟ ବିଚାରପତି।ମେରିଟ ଲିଷ୍ଟ ସହିତ ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ। ଆସନ୍ତା ସୋମବାର ବ୍ୟକ୍ତିଗତ ଭାବେ ହାଜର ହେବେ ଓପିଏସସି ଅଧ୍ୟକ୍ଷ।
ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେରିଟ ଲିଷ୍ଟ ଦାଖଲ କରିବାରେ ଓପିଏସସି ବିଫଳ ହେବାରୁ ଓଡିଶା ଲୋକସେବା ଆୟୋଗ ଉପରେ ଭୀଷଣ ଭାବେ ବର୍ଷିଛନ୍ତି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ। ଆସନ୍ତା ସୋମବାର ଦିନ ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରୀକ୍ଷାର ସଂପୂର୍ଣ୍ଣ ମେରିଟ ଲିଷ୍ଟ ସହିତ ଅଧ୍ୟକ୍ଷ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୭/୧୮ ମସିହାରେ ଓପିଏସସି ପକ୍ଷରୁ ହୋଇଥିବା ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ଅନିୟମିତତା ନେଇ ଏକ ମାମଲା ହୋଇଥିଲା। ଡେଣ୍ଟାଲ ସର୍ଜନ ପାଇଁ ପରୀକ୍ଷା ହେବା ପରେ ଓପିଏସସି ଉତ୍ତର କପି ପ୍ରକାଶ କରିଥିଲା। କିନ୍ତୁ ଏହି ଉତ୍ତର କପି ତ୍ରୁଟି ଥିବା ୬ଜଣ ଆଶାୟୀ ଓପିଏସସି ନିକଟରେ ଅଭିଯୋଗ କରିଥିଲେ।
ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଓପିଏସସିର ସଂପୂର୍ଣ୍ଣ ମେରିଟ ଲିଷ୍ଟ ମଗାଇଥିଲେ କିନ୍ତୁ ତାହା ଦେବାରେ ସକ୍ଷମ ହୋଇ ନଥିଲା ଓପିଏସସି। ଫଳରେ ଭୀଷଣ ବିରକ୍ତ ପ୍ରକାଶ କରିଥିଲେ ମୁଖ୍ୟ ବିଚାରପତି।ମେରିଟ ଲିଷ୍ଟ ସହିତ ଓପିଏସସି ଅଧ୍ୟକ୍ଷ ଆସନ୍ତା ସୋମବାର ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ।




