ବର୍ଷକ ଭିତରେ ମିଳିବ ଡେଙ୍ଗୁ ଟିକା, ସାଇରସ ପୁନାୱାଲା
ପୁନେ : ଦେଶରେ ଧୀରେ ଧୀରେ ବେକାବୁ ହେଉଛି ଡେଙ୍ଗୁ I ଏଥିରେ ଲକ୍ଷ ଲକ୍ଷ ସଂକ୍ରମିତ ହେଉଥିବାବେଳେ,ରାଜ୍ୟରେ ମଧ୍ୟ ଅଣାୟତ୍ତ ହେଲାଣି ଏହି ରୋଗ I ପ୍ରତିବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇ କିଛି ଲୋକ ପ୍ରାଣ ହରାଉଥିବା ଖବର ଆସୁଛି I ଏପର୍ଯ୍ୟନ୍ତ ଡେଙ୍ଗୁରେ କୌଣସି ନିର୍ଦିଷ୍ଟ ଔଷଧ ବାହାରି ପରି ନଥିବା ବେଳେ ଏନେଇ କିଛି ବର୍ଷ ଧରି ଭାରତୀୟ ବୈଜ୍ଞାନିକ ମାନେ ଗବେଷଣା ଚଳାଇଥିଲେ I ଏବଂ ଏବେ ଏଥିରେ ସଫଳ ମଧ୍ୟ […]
ପୁନେ : ଦେଶରେ ଧୀରେ ଧୀରେ ବେକାବୁ ହେଉଛି ଡେଙ୍ଗୁ I ଏଥିରେ ଲକ୍ଷ ଲକ୍ଷ ସଂକ୍ରମିତ ହେଉଥିବାବେଳେ,ରାଜ୍ୟରେ ମଧ୍ୟ ଅଣାୟତ୍ତ ହେଲାଣି ଏହି ରୋଗ I ପ୍ରତିବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇ କିଛି ଲୋକ ପ୍ରାଣ ହରାଉଥିବା ଖବର ଆସୁଛି I ଏପର୍ଯ୍ୟନ୍ତ ଡେଙ୍ଗୁରେ କୌଣସି ନିର୍ଦିଷ୍ଟ ଔଷଧ ବାହାରି ପରି ନଥିବା ବେଳେ ଏନେଇ କିଛି ବର୍ଷ ଧରି ଭାରତୀୟ ବୈଜ୍ଞାନିକ ମାନେ ଗବେଷଣା ଚଳାଇଥିଲେ I ଏବଂ ଏବେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟର ବ୍ରେଜ୍ଞାନିକ ଡେଙ୍ଗୁକୁ ନିୟନ୍ତ୍ରଣ କରିବାକୁ ଟିକା ବାହାର କରିବାରେ ସଫଳ ହୋଇଛନ୍ତି । ଏବଂ ବର୍ଷକ ମଧ୍ୟ ଭାରତୀୟଙ୍କ ପାଇଁ ଏହି ଟିକା ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି ‘ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ଅଧ୍ୟକ୍ଷ ସାଇରସ୍ ପୁନାୱାଲା ।
କରୋନା ପାଇଁ କୋଭିସିଲ୍ଡ ପ୍ରସ୍ତୁତ କରିଥିବା କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଖୁବ୍ ଶୀଘ୍ର ଡେଙ୍ଗୁ ପାଇଁ ଟିକା ପ୍ରସ୍ତୁତ କରିସାରିଛି । ଏହାର ଅଧ୍ୟକ୍ଷ ସାଇରସ୍ ପୁନାୱାଲା କହିଛନ୍ତି ଯେ, ଏହା ବର୍ଷକ ମଧ୍ୟରେ ବଜାରକୁ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ଏହାସହ କମ୍ପାନୀ ଖୁବ୍ ଶୀଘ୍ର ମ୍ୟାଲେରିଆ ପାଇଁ ମଧ୍ୟ ଟିକା ଲଞ୍ଚ କରିବ । ଏହି ଟିକା କେବଳ ଭାରତ ନୁହେଁ ବରଂ ଆଫ୍ରିକାରେ ମଧ୍ୟ ମ୍ୟାଲେରିଆ ନିୟନ୍ତ୍ରଣ କରିବାକୁ ଫଳପ୍ରଦ ହେବ ।




