କାୟା ମେଲାଉଛି ଡେଙ୍ଗୁ

ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀରେ ଅଣାୟତ୍ତ ହେଉଛି ଡେଙ୍ଗୁ । ଗତ ବର୍ଷ ତୁଳନାରେ ଏବର୍ଷ ୪୫ ପ୍ରତିଶତ ବଢ଼ିଗଲାଣି ଡେଙ୍ଗୁ ଆକ୍ରାନ୍ତଂକ ସଂଖ୍ୟା । କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଲୋକଙ୍କୁ ଛିଡ଼ା ହେବାକୁ ପଡ଼ୁଛି । ପ୍ରତିଦିନ ପ୍ରାୟ ୫ଶହ ସାମ୍ପୁଲ ଟେଷ୍ଟ କରାଯାଉଥିବା ବେଳେ ସେଥିରେ ପ୍ରାୟ ୫୦ଜଣ ପଜିଟିଭ ଚିହ୍ୱଟ ହେଉଛନ୍ତି । ଏମିତିକି ପ୍ରତିଦିନ ୧୦ରୁ ୧୨ ରୋଗୀ ଆଡମିଶନ ହେଉଛନ୍ତି […]

Samaya Live Picture
Published On

ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀରେ ଅଣାୟତ୍ତ ହେଉଛି ଡେଙ୍ଗୁ । ଗତ ବର୍ଷ ତୁଳନାରେ ଏବର୍ଷ ୪୫ ପ୍ରତିଶତ ବଢ଼ିଗଲାଣି ଡେଙ୍ଗୁ ଆକ୍ରାନ୍ତଂକ ସଂଖ୍ୟା । କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଲୋକଙ୍କୁ ଛିଡ଼ା ହେବାକୁ ପଡ଼ୁଛି । ପ୍ରତିଦିନ ପ୍ରାୟ ୫ଶହ ସାମ୍ପୁଲ ଟେଷ୍ଟ କରାଯାଉଥିବା ବେଳେ ସେଥିରେ ପ୍ରାୟ ୫୦ଜଣ ପଜିଟିଭ ଚିହ୍ୱଟ ହେଉଛନ୍ତି । ଏମିତିକି ପ୍ରତିଦିନ ୧୦ରୁ ୧୨ ରୋଗୀ ଆଡମିଶନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବା ଦିଗରେ ବିଚାର ଚାଲିଛି ।

ସେପଟେ ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ ଡ଼େଙ୍ଗୁର ହଟସ୍ପଟ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି । ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ କାୟା ବିସ୍ତାର କରିଛି ଡେଙ୍ଗୁ I ଗତ ୧୮ ତାରିଖ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨ ହଜାର ୨୯୪ ଡେଙ୍ଗୁ ପଜିଟିଭ୍ । ଯାହାକି ଗତବର୍ଷ ଏ ସମୟ ସୁଦ୍ଧା ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀ ତୁଳନାରେ ୪୫ ପ୍ରତିଶତ ଅଧିକ । ଉଦବେଗର ବିଷୟ ହେଲା ରାଜ୍ୟରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ କେବଳ ୫୧ ପ୍ରତିଶତ ବା ୧୧ଶହ ୬୭ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

Tags: