ଓଡିଶା ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ମାଲକାନଗିରି : ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସିଛନ୍ତି I ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଜନାଥ ନବରଙ୍ଗପୁରରେ ପହଞ୍ଚିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ସହ ପ୍ରଥମେ ବିଜେପି କୋର କମିଟି ବୈଠକରେ ଯୋଗଦେଇ ପରେ ନବରଙ୍ଗପୁରରୁ ବ୍ରହ୍ମପୁର ଓ ସେଠାରୁ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି । ରାଜନାଥ ସିଂ ନବରଙ୍ଗପୁର ଠାରେ ପହଂଚିବା ପରେ ଦଳୀୟ ନେତାଙ୍କ ପକ୍ଷରୁ ତାଙ୍କୁ ବିପୁଳ […]

Samaya Live Picture
Published On

ମାଲକାନଗିରି : ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସିଛନ୍ତି I ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଜନାଥ ନବରଙ୍ଗପୁରରେ ପହଞ୍ଚିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ସହ ପ୍ରଥମେ ବିଜେପି କୋର କମିଟି ବୈଠକରେ ଯୋଗଦେଇ ପରେ ନବରଙ୍ଗପୁରରୁ ବ୍ରହ୍ମପୁର ଓ ସେଠାରୁ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି ।

ରାଜନାଥ ସିଂ ନବରଙ୍ଗପୁର ଠାରେ ପହଂଚିବା ପରେ ଦଳୀୟ ନେତାଙ୍କ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଧନା ଦିଆଯାଇଥିଲା ଇ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଦିନ ୧୧ଟାରେ ନବରଙ୍ଗପୁର ସର୍କିଟ ହାଉସ ପଡିଆ ଠାରେ ଆୟୋଜିତ ସଭାସ୍ଥଳକୁ ଯାଇଥିଲେ । ଏହାପରେ ଦିନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାପରେ ଯିବେ ବାରିପଦା । ବାରିପଦାରେ ଅପରାହ୍ଣ ୪ଟାରେ ସାଧାରଣ ସଭାରେ ଉଦବୋଧନ ଦେବେ । ବାରପିଦାରେ ବିଜୟ ସଂକଳ୍ପ ସମାବେଶ ରହିଛି ।

ଉତ୍ତର ଓଡିଶାର ୪ଟି ସଂସଦୀୟ କ୍ଷେତ୍ରର ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟ ମନ୍ତ୍ର ବାଣ୍ଟିବେ ରାଜନାଥ। କିଛି ଦିନ ତଳେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଶେଷ ହୋଇଥିବା ବେଳେ ଏହି ବୈଠକରେ ଦଳ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିଛି ।କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା କିପରି ସାଧାରଣ ଲୋକଙ୍କ ପାଖେ ପହଞ୍ଚିବ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସେ ବାବଦରେ ମନ୍ତ୍ର ଦେବେ ରାଜନାଥ ସିଂ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା,କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ବଲାଙ୍ଗୀର ସାଂସଦ ସଂଗୀତ କୁମାରୀ ସିଂଦେଓ ଙ୍କ ସହ ବଲାଙ୍ଗୀର ,କଳାହାଣ୍ଡି ଏବଂ କୋରାପୁଟ ସଂସଦୀୟ କ୍ଷେତ୍ରର ଅନେକ କର୍ମୀ ଯୋଗ ଦେଇଥିଲେ I

Tags: