ଭୁବନେଶ୍ୱର ବିମାନବନ୍ଦରରୁ ହରିଣ ସିଙ୍ଗ ଜବତ
ଭୁବନେଶ୍ୱର : କଷ୍ଟମ ବିଭାଗକୁ ମିଳିଛି ଏକ ବଡ ସଫଳତା । ଭୁବନେଶ୍ୱର ବିମାନ ବନ୍ଦରରୁ ମିଳିଛି ତିନୋଟି ହରିଣ ସିଙ୍ଗ । ଗତକାଲି ସନ୍ଧ୍ୟା ସମୟରେ ଦୁବାଇରୁ ଭୁବନେଶ୍ବର ବିମାନ ଯୋଗେ ଆସୁଥିବା ଜଣଙ୍କ ଠାରୁ ଏହି ହରଣ ସିଙ୍ଗ ଜବତ କରାଯାଇଥିଲା । କଷ୍ଟମ ବିଭାଗ ଉକ୍ତ ଯୁବକଙ୍କ ଠାରୁ ଏହି ସିଙ୍ଗ ଜବତ କରିବା ତାଙ୍କୁ ଅଟକ ରଖି ପଚରା ଉଚରା କରୁଥିବାର ସୂଚନା ରହିଛି । ସୂଚନାନୁସାରେ,ଗତକାଲି ସନ୍ଧ୍ୟାରେ ଦୁବାଇରୁ ଭୁବନେଶ୍ଵରକୁ […]
ଭୁବନେଶ୍ୱର : କଷ୍ଟମ ବିଭାଗକୁ ମିଳିଛି ଏକ ବଡ ସଫଳତା । ଭୁବନେଶ୍ୱର ବିମାନ ବନ୍ଦରରୁ ମିଳିଛି ତିନୋଟି ହରିଣ ସିଙ୍ଗ । ଗତକାଲି ସନ୍ଧ୍ୟା ସମୟରେ ଦୁବାଇରୁ ଭୁବନେଶ୍ବର ବିମାନ ଯୋଗେ ଆସୁଥିବା ଜଣଙ୍କ ଠାରୁ ଏହି ହରଣ ସିଙ୍ଗ ଜବତ କରାଯାଇଥିଲା । କଷ୍ଟମ ବିଭାଗ ଉକ୍ତ ଯୁବକଙ୍କ ଠାରୁ ଏହି ସିଙ୍ଗ ଜବତ କରିବା ତାଙ୍କୁ ଅଟକ ରଖି ପଚରା ଉଚରା କରୁଥିବାର ସୂଚନା ରହିଛି ।
ସୂଚନାନୁସାରେ,ଗତକାଲି ସନ୍ଧ୍ୟାରେ ଦୁବାଇରୁ ଭୁବନେଶ୍ଵରକୁ ବିମାନ ଯୋଗେ ପୁରୀର ଜଣେ ଓଡ଼ିଆ ଯୁବକ ଆସିଥିଲେ । ଭୁବନେଶ୍ବରରେ ଲଗେଜ ଯାଞ୍ଚ ବେଳେ ସେ ତାଙ୍କ ସହ ୩ଟି ହରିଣ ସିଙ୍ଗ ଧରି ଆସୁଥିବା ଜଣାପଡ଼ିଥିଲା । ପରେ ସେଠାରୁ ତାଙ୍କୁ କଷ୍ଟମ ଅଫିସର ପଚାରାଉଚରା ପାଇଁ ନେବା ସହିତ ତାଙ୍କ ପାଖରେ ଥିବା ତିନୋଟି ସିଙ୍ଗକୁ ଜବତ କରିଛି । ଏହି ଘଟଣା ପରେ କଷ୍ଟମ ବିଭାଗ ଫରେଷ୍ଟ ଅଧିକାରୀଙ୍କୁ ବିମାନ ବନ୍ଦରରେ ଜବତ ହୋଇଥିବା ହରିଣ ସିଙ୍ଗକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଇଥିଲେ । ଜବତ ହୋଇଥିବା ତିନୋଟି ସିଙ୍ଗର ଲମ୍ବ ୪୦,୩୮,ଏବଂ ୩୧ସେମି ଲମ୍ବ ରହିଛି ଥିବା ବେଳେ ଏହି ଘଟଣାର ତଦନ୍ତ ଜାରି ରହିଛି I




