ପୁଣି ଥରେ ମହିଳା କମିଶନରେ ହାଜର ହେଲେ ଦୀପିକା
ବ୍ରହ୍ମପୁର: ପ୍ରେମିକଙ୍କ ଘର ଦୁଆରରେ ଦୀର୍ଘ ୭୦ ଦିନ ହେବ ବସିଥିବା ବହ୍ମପୁରର ଝିଅ ଦୀପିକା ଶେଷରେ ନ୍ୟାୟ ପାଇଁ ମହିଳା କମିଶନରେ ହାଜର ହୋଇଛନ୍ତି । ତାଙ୍କ ସହିତ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ବ୍ରହ୍ମପୁର ଏସପିଙ୍କ ଜରିଆରେ ମହିଳା କମିଶନ ଆସନ୍ତା କାଲି ଦୀପିକାଙ୍କ ପ୍ରେମିକ କେ. ଦିଦେଶକୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଏହା ପୂର୍ବରୁ ମଧ୍ୟ ଦୀପିକା ମହିଳା କମିଶନରେ ହାଜର […]
ବ୍ରହ୍ମପୁର: ପ୍ରେମିକଙ୍କ ଘର ଦୁଆରରେ ଦୀର୍ଘ ୭୦ ଦିନ ହେବ ବସିଥିବା ବହ୍ମପୁରର ଝିଅ ଦୀପିକା ଶେଷରେ ନ୍ୟାୟ ପାଇଁ ମହିଳା କମିଶନରେ ହାଜର ହୋଇଛନ୍ତି । ତାଙ୍କ ସହିତ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ବ୍ରହ୍ମପୁର ଏସପିଙ୍କ ଜରିଆରେ ମହିଳା କମିଶନ ଆସନ୍ତା କାଲି ଦୀପିକାଙ୍କ ପ୍ରେମିକ କେ. ଦିଦେଶକୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଏହା ପୂର୍ବରୁ ମଧ୍ୟ ଦୀପିକା ମହିଳା କମିଶନରେ ହାଜର ହୋଇସାରିଛନ୍ତି ।

ସୂଚନା ଥାଉଯେ, ପୂର୍ବରୁ ଦୀପିକା ଓ ଦିନେଶ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ଥାନାରେ ପହଞ୍ଚିଥିଲା । ଦୀପିକାଙ୍କ ଅଭିଯୋଗ ଆଧାରରେ ଦିନେଶ ଜେଲକୁ ଯାଇଥିଲେ । ଆଉ ଜେଲରୁ ଫେରିବା ପରେ ଦିନେଶ ପ୍ରେମିକା ଦୀପିକଙ୍କୁ ଛାଡ଼ି ଦେଇଥିଲେ । ହେଲେ ଏହାରି ମଧ୍ୟରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଓ ଏବେ ପିଲାର ବାପା ଦିନେଶ ବୋଲି ଦୀପିକା ଦାବି କରୁଛନ୍ତି । ଏଣୁ ସେ ଉଚିତ୍ ନ୍ୟାୟ ପାଇଁ ପ୍ରେମିକ କେ. ଦିନେଶଙ୍କ ଘର ଦୁଆରରେ ଧାରଣାରେ ବସିଛନ୍ତି । ତେବେ ଦୀପିକାଙ୍କର ଧାରଣ ବସିବା ଓ ପ୍ରେମିକର ପରିବାର ଲୋକଙ୍କ ସହିତ ଝଗଡ଼ା କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି ।




