ମୋତେ ଗ୍ୟାରେଜରେ ତାଲା ପକାଇଦେଲେ ଦିନେଶଙ୍କ ମା’-ଦୀପିକା
ବ୍ରହ୍ମପୁର : କିଛି ଦିନର ବ୍ୟବଧାନ ପରେ ପୁଣି କଡ଼ ଲେଉଟାଇଛି ଦୀପିକା-ଦିନେଶ ଉପାଖ୍ୟାନ I ଦୀନେଶ ଘର ସାମ୍ନା ରେ ପୁଣି ଥରେ ଧାରଣାରେ ବସିଛନ୍ତି ପ୍ରେମିକା ଦୀପିକା I ଗତକାଲି ଦିନେଶଙ୍କ ଗ୍ୟାରେଜ ଖୋଲାଥିବା ବେଳେ ସେ ସେଠାକୁ ଟଏଲେଟ କରିବାକୁ ଯାଇଥିଲେ ଏହି ସମୟରେ ଦିନେଶଙ୍କ ମା’ ଦୀପିକାଙ୍କୁ ତାଲା ପକାଇ ଦେଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ଗତକାଲି ଏହି ଘଟଣା ଘଟିଥିବା ବେଳେ ଦିନେଶଙ୍କ ପରିବାର ଲୋକଙ୍କର […]
ବ୍ରହ୍ମପୁର : କିଛି ଦିନର ବ୍ୟବଧାନ ପରେ ପୁଣି କଡ଼ ଲେଉଟାଇଛି ଦୀପିକା-ଦିନେଶ ଉପାଖ୍ୟାନ I ଦୀନେଶ ଘର ସାମ୍ନା ରେ ପୁଣି ଥରେ ଧାରଣାରେ ବସିଛନ୍ତି ପ୍ରେମିକା ଦୀପିକା I ଗତକାଲି ଦିନେଶଙ୍କ ଗ୍ୟାରେଜ ଖୋଲାଥିବା ବେଳେ ସେ ସେଠାକୁ ଟଏଲେଟ କରିବାକୁ ଯାଇଥିଲେ ଏହି ସମୟରେ ଦିନେଶଙ୍କ ମା’ ଦୀପିକାଙ୍କୁ ତାଲା ପକାଇ ଦେଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ଗତକାଲି ଏହି ଘଟଣା ଘଟିଥିବା ବେଳେ ଦିନେଶଙ୍କ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।
ଦୀପିକାଙ୍କ ଅଭିଯୋଗ ଅନୁସାରେ,ଗତକାଲି ଗତକାଲି ରାତି ୮ ଟାରୁ ୯ଟା ମଧ୍ୟରେ ମୋତେ ଟୟଲେଟ୍ ଲାଗିବାରୁ ଦିନେଶଙ୍କ ଗ୍ୟାରେଜକୁ ଯାଇଥିଲି। ମୋତେ ଗ୍ୟାରେଜକୁ ଟୟଲେଟ୍ ଯାଇଥିବାର ଦେଖି ସେମାନେ ତାଲା ପକାଇ ଦେଇଥିଲେ। ମୁଁ ଏନେଇ ବ୍ରହ୍ମପୁରଏସପି ସାରଙ୍କୁ ଫୋନ୍ କରି ଜଣାଇଥିଲି। ଏସ୍ପି ପୁଲିସ ପଠାଇ ମୋତେ ସେଠାରୁ ଉଦ୍ଧାର କରିଥିଲେ। ସେମାନେ ମୋତେ ମାରି ଦେବାକୁ ଚେଷ୍ଟା କରୁଥିଲେ।
ସୂଚନାନୁସାରେ ଗତ ୨ ବର୍ଷ ପୂର୍ବରୁ ବ୍ରହ୍ମପୁରର କେ.ଦିନେଶଙ୍କ ସହିତ କେ.ଦୀପିକାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା I ସମୟକ୍ରମେ ଦୀପିକା ଗର୍ଭବତୀ ହେବାପରେ ଦିନେଶ ବିବାହ ପାଇଁ ରାଜି ହୋଇ ନଥିଲେ I ଏନେଇ ଦୀପିକା ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା I ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସର୍ତମୂଳକ ଜାମିନରେ ଆସିଛନ୍ତି ଦିନେଶ I
ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ସେ । ଡିଏନଏ ଟେଷ୍ଟରେ ପୁଅ ଦିନେଶଙ୍କର ବୋଲି ରିପୋର୍ଟ ଆସିବା ପରେ, ସ୍ତ୍ରୀର ଅଧିକାର, ପୁଅକୁ ବାପାର ପରିଚୟ ଦେବାକୁ ବ୍ରହ୍ମପୁର ଦେଶୀ ବେହେରା ସାହିରେ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା I ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା।




