ନଵ ଦାସଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ଝିଅ ଦୀପାଳି

ଭୁବନେଶ୍ୱର : ୨ ବର୍ଷ ପୂରିବାକୁ ଯାଉଛି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ଘଟଣା I କିନ୍ତୁ ବର୍ତ୍ତମାନ ଯାଏଁ ଏହି ଘଟଣାରେ ପ୍ରକୃତ ତଥ୍ୟ ପଦାକୁ ଆସି ପାରିନାହିଁ I ଏହାକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । ନବ ଦାସଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି ଯେ, ଏହାର ତଦନ୍ତ ଆଗକୁ ବଢୁନାହିଁ । କିଛି ଦିନ ପୂର୍ବରୁ ଦୀପାଲି ଦାସ […]

Samaya Live Picture
Published On

ଭୁବନେଶ୍ୱର : ୨ ବର୍ଷ ପୂରିବାକୁ ଯାଉଛି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ଘଟଣା I କିନ୍ତୁ ବର୍ତ୍ତମାନ ଯାଏଁ ଏହି ଘଟଣାରେ ପ୍ରକୃତ ତଥ୍ୟ ପଦାକୁ ଆସି ପାରିନାହିଁ I ଏହାକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । ନବ ଦାସଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି ଯେ, ଏହାର ତଦନ୍ତ ଆଗକୁ ବଢୁନାହିଁ । କିଛି ଦିନ ପୂର୍ବରୁ ଦୀପାଲି ଦାସ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ବାପାଙ୍କୁ ଜଣେ ପୋଲିସ ଅଧିକାରୀଙ୍କ ଜରିଆରେ ହତ୍ୟା କରାଯାଇଛି ।

ଦୀପାଳି ଦାସ କହିଛନ୍ତି ବିଜେପିର ଅନେକ ବିଧାୟକ ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ଅନେକ ଟିକା ଟିପ୍ପଣୀ କରୁଛନ୍ତି । ଅନେକ ସମୟରେ ଏହାକୁ ପ୍ରସଙ୍ଗ କରୁଛନ୍ତି । ମୋ ବିରୋଧରେ, ମୋ ପରିବାର ବିରୋଧରେ ମଧ୍ଯ ଆକ୍ଷେପ କରୁଛନ୍ତି। ଖରାପ କଥା କହୁଛନ୍ତି । ଏହା ବନ୍ଦ କରନ୍ତୁ।

ଦୀପାଳି ଏହା ମଧ୍ୟ କହିଛନ୍ତି ”ଗତ ବିଧାନସଭାରେ ୨ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ଏବେ ମୁଁ କାହିଁକି CBI ତଦନ୍ତ ଦାବି କରୁନି ବୋଲି ଗଣମାଧ୍ୟମରେ କହୁଛନ୍ତି। ତେବେ ମୋହନ ସରକାରଙ୍କୁ ଅନୁରୋଧ CBI ତଦନ୍ତ କରାଇବେ କି ?” ।

ସେ ଆହୁରି କହିଛନ୍ତି, ”ଆମ ପରିବାରକୁ ଆକ୍ଷେପ କରାଯାଉଛି, ସେମାନେ ଆମ ସହ ଠିଆ ହେବେକି । ମୋ ଭାଇକୁ ବିନା ୱାରେଣ୍ଟିରେ ଛତିଶଗଡ଼ରେ ଅଟକ ରଖିଲେ। ଏପଟେ ଆଜି ମୋ ବାପାଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଲେଖା ମାଗୁଛନ୍ତି । ତେଣୁ ମୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଆମକୁ ଡାକି ଆଲୋଚନା କରି ଆଗକୁ ବଢ଼ନ୍ତୁ। ”

ଅନ୍ୟପଟେ ଦୀପାଳିଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୀପାଳି ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ଏବଂ ସିବିଆଇ ତଦନ୍ତ ଚାହୁଛନ୍ତି ବୋଲି ଲେଖିକି ସରକାରଙ୍କୁ ଦେବାକୁ କହିଛନ୍ତି ଆଇନ ମନ୍ତ୍ରୀ ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଖାଲି ଗଣମାଧ୍ୟମ ଆଗରେ କହିଲେ କିଛି ହେବନି, ଯଦି ପୂର୍ବ ସରକାର ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି ବୋଲି ଦୀପାଳି ଲେଖା ଆକାରରେ ଦିଅନ୍ତୁ । ଲିଖିତଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ହେବ କି ନାହିଁ । ଯିଏ ଗୁଳି କଲା, ସେ କାହିଁକି ମାରିଲା ତାର ଉତ୍ତର ପୂର୍ବ ସରକାରରେ ନ ଥିଲା ।

ବିଜେପି ସେତେବେଳେ ଆମେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲୁ । କିଏ ଗୁଳି କରିଥିଲା ଧରାଗଲା, କିନ୍ତୁ କାହିଁକି ହତ୍ୟା କରାଗଲା ତାହା ଜଣାପଡ଼ି ନ ଥିଲା । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି, ସତ୍ୟ ବାହାରିବ ନାହିଁ ବୋଲି ଆମେ ସେତେବେଳେ କହିଥିଲୁ । କିନ୍ତୁ ତତ୍କାଳୀନ ସରକାର ଶୁଣି ନ ଥିଲେ । କେସ୍ ପୁଣି ଥରେ ଖୋଲିବ କି ନାହିଁ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ସୂଚନାନୁସାରେ,୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ାର ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା I ସ୍ପଷ୍ଟ ଦିବାଲୋକରେ ଭିଡ ଭିତରେ ବ୍ରଜରାଜନଗରର ଗାନ୍ଧୀ ଛକରେ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ତେବେ ପୋଲିସ ତୁରନ୍ତ ଗୋପାଳକୁ ଗିରଫ କରିଥିଲା । ଗୋପାଳ ନିଜର ଦୋଷ ସ୍ୱୀକାର କଲା, କିନ୍ତୁ କେହି କିଛି ବୁଝି ପାରିଲେ ନାହିଁ, ଏମିତି କାହିଁକି ହେଲା । ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ସିବିଆଇ ତଦନ୍ତ ପାଇଁ ଦାବି କରିଥିଲା ।

Tags: