ଘନୀଭୂତ ହେଉଛି ଗଭୀର ଆବପାତ: ୩୦ ତାରିଖ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ
ଭୁବନେଶ୍ୱର:ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ। ଅବପାତଟି ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ। ପରେ ପୁଣି ଆସନ୍ତା ୧୨ ଘଣ୍ଟାରେ ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଦକ୍ଷିଣ ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ଦେଇ ୩୦ ତାରିଖ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପରେ ଏହା ଅଧିକ ଘନୀଭୂତ […]
ଭୁବନେଶ୍ୱର:ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ। ଅବପାତଟି ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ। ପରେ ପୁଣି ଆସନ୍ତା ୧୨ ଘଣ୍ଟାରେ ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଦକ୍ଷିଣ ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ଦେଇ ୩୦ ତାରିଖ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ଦେଇ ଗତି କରିବା ସ୍ଥଳଭାଗ ଛୁଇଁବ ବୋଲ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟାରେ ପରିଣତ ହେବକି ନାହିଁ ସ୍ପଷ୍ଟ ହୋଇନଥିବା ବେଳେ ପ୍ରକ୍ରିୟା ନିରୀକ୍ଷଣ କରାଯାଉଛି ବୋଲି ପାଣିପାଗ ବିଭାଗ କହିଛି । ତେବେ ଏହାର ପ୍ରଭାବ ଓଡିଶା ଉପରେ ପଡ଼ିବନି।




