ସ୍ନାନ ଯାତ୍ରା ପାଇଁ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ,ଆଜି ବସିବ ଦ୍ଵିତୀୟ ସମନ୍ୱୟ ବୈଠକ
ପୁରୀ : ବୁଧୁବାର ପଡୁଛି ମହାପ୍ରଭୁଙ୍କର ଦିବ୍ୟସ୍ନାନ ଦେବ ସ୍ନାନ ପୂର୍ଣ୍ଣିମା । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦର୍ଶନ ପାଇଁ ଏଥର ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବା ସମ୍ଭାବନା ରହିଛି। ତେଣୁ ସ୍ନାନଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ଶାନ୍ତି ଶୃଙ୍ଖଳା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥର […]
ପୁରୀ : ବୁଧୁବାର ପଡୁଛି ମହାପ୍ରଭୁଙ୍କର ଦିବ୍ୟସ୍ନାନ ଦେବ ସ୍ନାନ ପୂର୍ଣ୍ଣିମା । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦର୍ଶନ ପାଇଁ ଏଥର ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବା ସମ୍ଭାବନା ରହିଛି। ତେଣୁ ସ୍ନାନଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ଶାନ୍ତି ଶୃଙ୍ଖଳା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥର ୭୦ ପ୍ଲାଟୁନ ଫୋର୍ସ ସହ ୪ ଜଣ ଏସ୍ପି ବା କମାଣ୍ଡାଣ୍ଟ, ୧୫ ଜଣ ଅତିରିକ୍ତ ଏସ୍ପି ଓ ଡେପୁଟି କାମାଣ୍ଡାଣ୍ଟ, ୩୦ ଡିଏସ୍ପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬୭ ଇନ୍ସପେକ୍ଟର , ୩୪୮ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୬୫ ହାବିଲଦାର, ୪୨୮ କନଷ୍ଟେବଳ, ୫୨ ଜଣ ଟ୍ରାଫିକ କନଷ୍ଟେବଳ, ୬୧୮ ହୋମ୍ଗାର୍ଡ ମୁତୟନ ହେବେ ବୋଲି ଏସ୍ପି ବିନୀତ୍ ଅଗ୍ରୱାଲ ସୂଚନା ଦେଇଚନ୍ତି।
ଅନ୍ୟପଟେ ଚଳିତବର୍ଷ ଜୁନ ୨୭ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ମହାପ୍ରଭୁଙ୍କର ନୀତିକାନ୍ତି ସହ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ବୟ କମିଟି ବୈଠକ । ପୁରୀ ପୌରସଦନରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଦ୍ୱିତୀୟ ରଥ ସମନ୍ୱୟ କମିଟି ବୈଠକ । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ । ଏହା ପୂର୍ବରୁ ଆରଡିସିଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ରଥ ସମନ୍ୱୟ କମିଟି ବୈଠକରେ ଏନେଇ ସବୁ ଅଧିକାରୀଙ୍କୁ ଡେଡଲାଇନ ଦିଆଯାଇଥିଲା । ଅନ୍ୟପଟେ ରଥ ନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା, ନୀତିକାନ୍ତି, ଭକ୍ତଙ୍କ ଦର୍ଶନ କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ଆଲୋଚନା ହେବ ।




