ରେଳ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୮୦-ସୁଧାଂଶୁ ଷଡ଼ଙ୍ଗୀ

ବାଲେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଥିବା କଥା ଓଡ଼ିଶା ଅଗ୍ନିଶମ ବିଭାଗ ‘ଡିଜିପି’ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଶେଷ ସୁଦ୍ଧା ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଦକ୍ଷିଣ ପୂର୍ବ ରେଲୱେ ।ସଦ୍ୟତମ ସୂଚନା ଅନୁସାରେ, ବାଲେଶ୍ୱର ବାହାନଗା ଗ୍ରାମ ନିକଟରେ ଘଟିଥିବା ଏହି ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର […]

Samaya Live Picture
Published On

ବାଲେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଥିବା କଥା ଓଡ଼ିଶା ଅଗ୍ନିଶମ ବିଭାଗ ‘ଡିଜିପି’ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଶେଷ ସୁଦ୍ଧା ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଦକ୍ଷିଣ ପୂର୍ବ ରେଲୱେ ।ସଦ୍ୟତମ ସୂଚନା ଅନୁସାରେ, ବାଲେଶ୍ୱର ବାହାନଗା ଗ୍ରାମ ନିକଟରେ ଘଟିଥିବା ଏହି ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକେ ପହଞ୍ଚୁଛନ୍ତି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି।

ଅନ୍ୟପଟେ ବାଲେଶ୍ୱର ବାହାନଗାରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇ ରେଳ ଲାଇନ ମରାମତି କାମ ଆରମ୍ଭ ହୋଇଛି । ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନଘଟେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Tags: