ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ହତ୍ୟାକାଣ୍ଡ ନୁହେଁ: ହାଇକୋର୍ଟ
ସମ୍ବଲପୁର : ବହୁ ଚର୍ଚ୍ଚିତ ସମ୍ବଲପୁର ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲା । ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟାକାଣ୍ଡ ନୁହେଁ ବୋଲି କହିଲେ ହାଇକୋର୍ଟ I ହତ୍ୟା ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ଆଜି ମାମଲାର ଶୁଣାଣି ଶେଷପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହି ଘଟଣାରେ ଗିରଫ ପୁରୁଷ ବନ୍ଧୁ ପ୍ରିତିମାନ ଦେଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପୁଲିସ ଏହି ଘଟଣାକୁ ନିଜ ଜୀବନ ନେଇଥିବା ଦର୍ଶାଇ କୋର୍ଟରେ […]
ସମ୍ବଲପୁର : ବହୁ ଚର୍ଚ୍ଚିତ ସମ୍ବଲପୁର ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲା । ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟାକାଣ୍ଡ ନୁହେଁ ବୋଲି କହିଲେ ହାଇକୋର୍ଟ I ହତ୍ୟା ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ଆଜି ମାମଲାର ଶୁଣାଣି ଶେଷପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହି ଘଟଣାରେ ଗିରଫ ପୁରୁଷ ବନ୍ଧୁ ପ୍ରିତିମାନ ଦେଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ପୁଲିସ ଏହି ଘଟଣାକୁ ନିଜ ଜୀବନ ନେଇଥିବା ଦର୍ଶାଇ କୋର୍ଟରେ ତଥ୍ୟ ରଖିଥିଲେ । ତାଙ୍କ ଭିସେରା ରିପୋର୍ଟରେ ଆଲକୋହଲ ନେଇଥିବା ଉଲ୍ଲେଖ ରହିଥିଲା I ଏହାସହ ମୃତକଙ୍କ ଡାଏଟମ୍ ରିପୋର୍ଟରେ ବୁଡ଼ିଯିବା ଯୋଗୁଁ ମୃତ୍ୟୁ ଘଟିଥିବା ଉଲ୍ଲେଖ ଥିଲା। ତେବେ ପରବର୍ତୀ ସମୟରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ଦର୍ଶାଇ ପୁନଃ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା।
ସୂଚନାନୁସାରେ,ମୃତକ ଚିନ୍ମୟୀ ସାହୁଙ୍କ ଘର କଳାହାଣ୍ଡି ଜିଲ୍ଲାର ଏମ୍ ରାମପୁରରେ । ସେ ୨୮ ଫେବୃଆରୀ, ୨୦୨୩ରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବି.ଟେକ ଡିଗ୍ରୀ ଗ୍ରହଣ କରିଥିଲେ ।ଏହା ପରେ ସନ୍ଧ୍ୟାରେ ତାଙ୍କ ପୁଋଷବନ୍ଧୁ ପ୍ରିତୀମାନ ଦେ’ଙ୍କ ସହିତ ହୀରାକୁଦ ପାୱାର ଚାନେଲ ବୁଲିବା ପାଇଁ ଯାଇଥିଲେ। ଏହି ସମୟରେ ସେ ପାଣିକୁ ଡେଇଁ ପଡ଼ିଥିଲେ ବୋଲି ତାଙ୍କ ପୁଋଷବନ୍ଧୁ ପ୍ରିତୀମାନ ଦେ’ ଥାନାରେ କହିଥିଲେ । ପରଦିନ ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ଚିନ୍ମୟୀଙ୍କ ପରିବାର ପରିବାର ଲୋକେ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଥିଲେ ।




