ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କଟକ : ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ I କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି I ମୃତ କଏଦୀ ଜଣଙ୍କ ହେଲେ ଅଜୟ ଦାସ। ସେ କେନ୍ଦୁଝର ଜିଲ୍ଲା କାରାଗାରର ଜଣେ ବିଚାରାଧୀନ ବନ୍ଦୀ ଥିଲେ । ତାଙ୍କ ଘର କେନ୍ଦୁଝର ସଦର ଥାନା କାଠବାରୀ ପଞ୍ଚାୟତ ବୋଧବାହାଳୀ ଗାଁରେ । ନାବାଳିକା ଅସଦାଚରଣ ମାମଲାରେ ସେ ଗିରଫ ହୋଇଥିଲେ I ସୂଚନାନୁସାରେ,ଗତକାଲି ଅପରାହ୍ନରେ କେନ୍ଦୁଝର ଜେଲ୍ ପରିସରରେ ପାଇଖାନା ଟାଙ୍କିକୁ ସଂଯୋଗ […]

Samaya Live Picture
Published On

କଟକ : ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ I କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି I ମୃତ କଏଦୀ ଜଣଙ୍କ ହେଲେ ଅଜୟ ଦାସ। ସେ କେନ୍ଦୁଝର ଜିଲ୍ଲା କାରାଗାରର ଜଣେ ବିଚାରାଧୀନ ବନ୍ଦୀ ଥିଲେ । ତାଙ୍କ ଘର କେନ୍ଦୁଝର ସଦର ଥାନା କାଠବାରୀ ପଞ୍ଚାୟତ ବୋଧବାହାଳୀ ଗାଁରେ । ନାବାଳିକା ଅସଦାଚରଣ ମାମଲାରେ ସେ ଗିରଫ ହୋଇଥିଲେ I

ସୂଚନାନୁସାରେ,ଗତକାଲି ଅପରାହ୍ନରେ କେନ୍ଦୁଝର ଜେଲ୍ ପରିସରରେ ପାଇଖାନା ଟାଙ୍କିକୁ ସଂଯୋଗ କରୁଥିବା ଏକ ପାଇପ୍ ରେ ଗାମୁଛା ସାହାଯ୍ୟରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅଜୟ । ଏହା ଉପସ୍ଥିତ ଜେଲ୍ ୱାଡ଼ର୍ ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କଟକ SCB ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏ ସଂପର୍କରେ କେନ୍ଦୁଝର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।

Tags: