ସାନଖେମୁଣ୍ଡି ରାଜମାତାଙ୍କ ପରଲୋକ
ବ୍ରହ୍ମପୁର : ପରଲୋକରେ ସାନଖେମୁଣ୍ଡି ରାଜମାତା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ରାଜମାତା ସାବିତ୍ରୀ ପାଟମହାଦେବୀଙ୍କ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ରାଜମାତାଙ୍କ ଦେହାନ୍ତ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପରମ୍ପରା ଆଧାରରେ ପୋଡାମାରି ସ୍ଥିତ ରାଜ ଶ୍ମଶାନରେ ରାଜମାତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସାନଖେମୁଣ୍ଡି ରାଜମାତା ସାବିତ୍ରୀ ପାଟମହାଦେବୀ ହେଉଛନ୍ତି ସ୍ୱର୍ଗୀୟ ରାଜାସାହେବ ଡ.ଉଦୟ ନାରାୟଣ ଦେବଙ୍କ ଧର୍ମପତ୍ନୀ । ପଶ୍ଚିମବଙ୍ଗ ଝାରଗ୍ରାମ ରାଜା ଶ୍ରୀ ନରସିଂହ […]
ବ୍ରହ୍ମପୁର : ପରଲୋକରେ ସାନଖେମୁଣ୍ଡି ରାଜମାତା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ରାଜମାତା ସାବିତ୍ରୀ ପାଟମହାଦେବୀଙ୍କ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ରାଜମାତାଙ୍କ ଦେହାନ୍ତ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପରମ୍ପରା ଆଧାରରେ ପୋଡାମାରି ସ୍ଥିତ ରାଜ ଶ୍ମଶାନରେ ରାଜମାତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ସାନଖେମୁଣ୍ଡି ରାଜମାତା ସାବିତ୍ରୀ ପାଟମହାଦେବୀ ହେଉଛନ୍ତି ସ୍ୱର୍ଗୀୟ ରାଜାସାହେବ ଡ.ଉଦୟ ନାରାୟଣ ଦେବଙ୍କ ଧର୍ମପତ୍ନୀ । ପଶ୍ଚିମବଙ୍ଗ ଝାରଗ୍ରାମ ରାଜା ଶ୍ରୀ ନରସିଂହ ମଲ୍ଲ ଉଗଳ ଦେବ ଓ ରାଣୀ ବିନୋଦା ମଞ୍ଜରୀ ଦେବୀଙ୍କ ଝିଅ ହେଉଛନ୍ତି ସାବିତ୍ରୀ ଦେବୀ । ୧୯୬୬ ମସିହାରେ ସାନଖେମୁଣ୍ଡି ରାଜା ତଥା ପୂର୍ବତନ ବିଧାୟକ ରାଜା ସାହେବ ଡ. ଉଦୟନାରାୟଣ ଦେବଙ୍କ ସହ ତାଙ୍କର ବିବାହ ହୋଇଥିଲା । ବର୍ତ୍ତମାନ ତାଙ୍କ ପୁଅ ବୀରକିଶୋର ଦେବ ସାନଖେମୁଣ୍ଡି ରାଜପଦରେ ଅଛନ୍ତି I




