ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀ ଙ୍କ ପରଲୋକ
ଜୟପୁର : ପରଲୋକରେ ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀ I ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଜୟପୁର ସ୍ଥିତ ନିଜ ମୋତି ମହଲରେ ସେ ପାର୍ଥିବ ଶରୀର ତ୍ୟାଗ କରିଛନ୍ତି I ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ I ମୃତ୍ୟୁ ଶଯ୍ୟା ନିକଟରେ ରାଣୀଙ୍କ ପାଖରେ ସାନବୋହୂ ସାରିକା ଦେବୀ ଓ ନାତି ତଥା ଯୁବରାଜ ଚନ୍ଦ୍ରଚୂଡ଼ ଉପସ୍ଥିତ […]
ଜୟପୁର : ପରଲୋକରେ ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀ I ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଜୟପୁର ସ୍ଥିତ ନିଜ ମୋତି ମହଲରେ ସେ ପାର୍ଥିବ ଶରୀର ତ୍ୟାଗ କରିଛନ୍ତି I ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ I ମୃତ୍ୟୁ ଶଯ୍ୟା ନିକଟରେ ରାଣୀଙ୍କ ପାଖରେ ସାନବୋହୂ ସାରିକା ଦେବୀ ଓ ନାତି ତଥା ଯୁବରାଜ ଚନ୍ଦ୍ରଚୂଡ଼ ଉପସ୍ଥିତ ଅଛନ୍ତି ।
ଆଜି ସକାଳେ ବିଶାଖା ପାଟଣାରୁ ରାଣୀଙ୍କ ମୃତ୍ୟୁ ଖବର ପାଇ ଜୟପୁର ରାଜପ୍ରସାଦରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହେବାରେ ଲାଗିଛି । ସହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ଆଜି ରାଣୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁସାରେ,ରାଣୀ ରମା କୁମାରୀ ହେଉଛନ୍ତି ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ I ମହାରାଜ ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜ ବିକ୍ରମ ଦେବ ବର୍ମାଙ୍କ ପୌଷ୍ୟ ପୁତ୍ର। ତେବେ ରାମକୃଷ୍ଣ ଦେଓ ମାତ୍ର ଦୁଇଦିନ ପାଇଁ ଜୟପୁରରର ରାଜାପଦରେ ଅଭିଷିକ୍ତ ଥିଲେ। ରାଜା ବିକ୍ରମ ଦେବଙ୍କ ୧୯୫୨ ମସିହାରେ ମୃତ୍ୟୁ ଘଟିଥିବାବେଳେ ରାଣୀଙ୍କର ଦୁଇ ପୁତ୍ର ମଧ୍ୟ ଇହ ଧାମ ରୁ ବିଦାୟ ନେଇଛନ୍ତି I ରାଣୀ ରମା କୁମାରୀ ଆନ୍ଧ୍ର ପ୍ରଦେଶ ମଡ଼ଗୁଲ ର ପୂର୍ବତନ ବିଧାୟିକା ଥିଲେ I




