ରାଜମାତା ରାସମଞ୍ଜରୀ ଦେବୀଙ୍କର ପରଲୋକ, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟିକା ରସ ମଞ୍ଜରୀ ଦେବୀଙ୍କ ପରଲୋକ। ଆଠଗଡ଼ର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀ ଶେଷ ନିଃଶ୍ୱାସ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ରାସମଞ୍ଜରୀ ତାଙ୍କର ତିଗିରିଆ ସ୍ଥିତ ବାସଭବନରେ ପରଲୋକ ଗମନ କରିଥିବା ଜଣାପଡ଼ିଛି । ବହୁଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ରାସମଞ୍ଜରୀ ଦେବୀ ରାଜ୍ୟର ପ୍ରଥମ ତଥା ଏକମାତ୍ର ପୂର୍ବତନ ମହିଳା […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟିକା ରସ ମଞ୍ଜରୀ ଦେବୀଙ୍କ ପରଲୋକ। ଆଠଗଡ଼ର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀ ଶେଷ ନିଃଶ୍ୱାସ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ରାସମଞ୍ଜରୀ ତାଙ୍କର ତିଗିରିଆ ସ୍ଥିତ ବାସଭବନରେ ପରଲୋକ ଗମନ କରିଥିବା ଜଣାପଡ଼ିଛି । ବହୁଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ।

ରାସମଞ୍ଜରୀ ଦେବୀ ରାଜ୍ୟର ପ୍ରଥମ ତଥା ଏକମାତ୍ର ପୂର୍ବତନ ମହିଳା ବିଧାୟିକା, ହେବା ସହିତ ସେ କଟକ ଜିଲ୍ଲାପରିଷଦ ଉପସଭାପତି, ତିଗିରିଆ ପଞ୍ଚାୟତ ସମିତିର ପ୍ରଥମ ଅଧ୍ୟକ୍ଷା ଥିବା ଗଡ଼ଜାତର ରାଜମାତା ରାସମଞ୍ଜରୀ ଦେବୀଙ୍କର ପରଲୋକରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ କରିଛନ୍ତି ।

ରାସମଞ୍ଜରୀ ଦେବୀ ହେଉଛନ୍ତି ସୋନପୁର ମହାରାଜା କୁମାର ଯଶୋବନ୍ତ ସିଂହଦେଓ ଓ ମହାରାଣୀ ତ୍ରିଦୋଶେଶ୍ୱରୀଙ୍କ ଏକମାତ୍ର କନ୍ୟା ସନ୍ତାନ I ତାଙ୍କର ଜନ୍ମ ୧୯୨୭ ନଭେମ୍ବର ୧୯ ତାରିଖରେ ହୋଇଥିଲା । ୧୯୪୪ ମସିହାରେ ସେ ତିଗିରିଆ ଗଡ଼ଜାତର ଶାସକ ରାଜା ରାଜଶ୍ରୀ ବ୍ରଜରାଜ କ୍ଷତ୍ରୀୟ ବୀରବର ଚମୁପତି ସିଂ ମହାପାତ୍ରଙ୍କୁ ବିବାହ କରିଥିଲେ । ତତ୍କାଳୀନ ରାଜନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଉଦ୍ୟମରେ ରାସମଞ୍ଜରୀ ଦେବୀ ୧୯୬୭ ମସିହାରେ ରାଜନୀତିକୁ ଆସିଥିଲେ । ୧୯୭୦ରୁ ୧୯୭୩ ମସିହା ପର୍ଯ୍ୟନ୍ତ ତିଗିରିଆ ବ୍ଲକ୍‌ ତଥା ସମଗ୍ର ରାଜ୍ୟର ପ୍ରଥମ ମହିଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ସେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ ।

ରାସମଞ୍ଜରୀ ୧୯୬୯, ୧୯୭୧ ଓ ୧୯୭୪ରେ କ୍ରମାଗତ ତିନିଥର ଆଠଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ସେ ସ୍ୱଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ । ତେବେ ୧୯୭୭ ମସିହାରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ରସାନନ୍ଦ ସାହୁଙ୍କୁ ପ୍ରାୟ ୬ ହଜାର ୫୦୦ ଭୋଟ୍‌ରେ ପରାସ୍ତ କରି ରାସମଞ୍ଜରୀ ଦେବୀ ୨ ବର୍ଷ ୮ ମାସ ପାଇଁ ଆଠଗଡ଼ ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Tags: