ଡ୍ରେନରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣା : ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା I ତୁରନ୍ତ ସ୍ଥିତି ଅନୁଧ୍ୟାନ କରି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦେଶ । ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିଛନ୍ତି । କାହିିଁକି ଏଭଳି ଭାବେ ଡ୍ରେନଟି ଖୋଲା ପଡିଛି, ସେନେଇ ପଚାରି ବୁଝିଛନ୍ତି । କିପରି ଘଟିଲା ଏହି ଅଘଟଣ,ଏଥିପାଇଁ କିଏ ଦାୟୀ ? ଏନେଇ ସନ୍ଧ୍ୟା ସୁଦ୍ଧା ଏହାର […]

Samaya Live Picture
Published On

ଭୁବନେଶ୍ୱର : ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା I ତୁରନ୍ତ ସ୍ଥିତି ଅନୁଧ୍ୟାନ କରି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦେଶ । ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିଛନ୍ତି । କାହିିଁକି ଏଭଳି ଭାବେ ଡ୍ରେନଟି ଖୋଲା ପଡିଛି, ସେନେଇ ପଚାରି ବୁଝିଛନ୍ତି । କିପରି ଘଟିଲା ଏହି ଅଘଟଣ,ଏଥିପାଇଁ କିଏ ଦାୟୀ ? ଏନେଇ ସନ୍ଧ୍ୟା ସୁଦ୍ଧା ଏହାର ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ I

ରିପୋର୍ଟ ଅନୁଯାୟୀ ଯିଏ ଦୋଷୀ ପ୍ରମାଣିତ ହେବ, ସେମାନଙ୍କ ବିରୋଧରେ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି । କେବଳ ସେତିକି ନୁହେଁ ୩ ଦିନ ଭିତରେ ରାଜଧାନୀରେ ଯେତିକି ମୁକୁଳା ଡ୍ରେନ୍ ଅଛି, ତାହାର ତାଲିକା କରି ସେଠାରେ ବାରିକେଟିଂ ଓ ସ୍ଲାବ୍ ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ,ଗତକାଲି ଭୁବନେଶ୍ୱର ସ୍ଥିତ ୟୁନିଟ-୩ ମସଜିଦ୍ କଲୋନୀରେ ଥିବା ମୁକୁଳା ଡ୍ରେନରେ ପଡ଼ି ନାବାଳକ ଆବୁ ବକର ସାହଙ୍କର ମୃତ୍ୟୁ ଘଟିଥିଲା। ପାଣିରେ ଭାସୁଥିବା ଏକ ବେଲୁନକୁ ଆଣିବାକୁ ଯାଇ ପାଣିରେ ଭାସି ଯାଇଥିଲା ନାବାଳକ I ତେବେ ଭାସି ଯିବାର ଏକ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: