ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦାଙ୍କର ମୃତ୍ୟୁ
କେନ୍ଦୁଝର : ଗୋଟିଏ ଘରୁ ଏକ ସାଙ୍ଗରେ ଉଠିଲା ତିନିଟି କୋକେଇ I ସଡକ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ଖବର ଶୁଣି ହୃଦଘାତରେ ଚାଲିଗଲା ଦାଦାଙ୍କର ଜୀବନ I ଏଭଳି ଅଭବନୀୟ ଘଟଣା ଘଟିଛି କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ ବାରି ଗାଁ ରେ I ଏକ ସାଙ୍ଗରେ ୩ ଜଣଙ୍କର ମୃତ୍ୟୁ ଖବର ଶୁଣି ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି I ଘଟଣାନୁସାରେ, ଆଜି ସକାଳେ କେନ୍ଦୁଝର ଜିଲ୍ଲା ୨୦ […]
କେନ୍ଦୁଝର : ଗୋଟିଏ ଘରୁ ଏକ ସାଙ୍ଗରେ ଉଠିଲା ତିନିଟି କୋକେଇ I ସଡକ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ଖବର ଶୁଣି ହୃଦଘାତରେ ଚାଲିଗଲା ଦାଦାଙ୍କର ଜୀବନ I ଏଭଳି ଅଭବନୀୟ ଘଟଣା ଘଟିଛି କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ ବାରି ଗାଁ ରେ I ଏକ ସାଙ୍ଗରେ ୩ ଜଣଙ୍କର ମୃତ୍ୟୁ ଖବର ଶୁଣି ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି I
ଘଟଣାନୁସାରେ, ଆଜି ସକାଳେ କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥର ପିପିଳିଆ ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସକାଳ ୭ଟା ୩୦ରେ ବାପା ପୁଅ ସ୍କୁଟିରେ ଯିବା ବେଳେ ପଛରୁ ଲୁହା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ସକାଳୁ ବାପ ପୁଅ ସ୍କୁଟିରେ ବାଙ୍କପାଟୁଳି ହାଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ ନେବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଗାଁରେ ପହଞ୍ଚିବା ପରେ (ବାରିଗାଁ ରେ ) ପୁଅର ଦାଦା ସମରା ମୁଣ୍ଡା ହୃଦଘାତରେ ସେହିଠାରେ ଟଳି ପଡ଼ିଥିଲେ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ଢେଙ୍କିକୋଟ ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ।




