ବିଶିଷ୍ଟ ଶିକ୍ଷାବିତ ହରିହର ମିଶ୍ରଙ୍କ ପରଲୋକ
ପୁରୀ : ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ନାଟ୍ୟକାର, କବି ଓ ଶିକ୍ଷାବିତ ହରିହର ମିଶ୍ରଙ୍କ ପରଲୋକ ହୋଇଛି। ଆଜି ସକାଳ ୯ଟା ସମୟରେ ପୁରୀ ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ଶେଷନିଶ୍ୱାସ ତ୍ୟାଗ ବେଳେ ତାଙ୍କର ପତ୍ନୀ, ତିନି କନ୍ୟା ଏବଂ ପୁଅ ରହିଥିଲେ। ପୁରୀ ମାର୍କଣ୍ଡେଶ୍ୱର […]
ପୁରୀ : ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ନାଟ୍ୟକାର, କବି ଓ ଶିକ୍ଷାବିତ ହରିହର ମିଶ୍ରଙ୍କ ପରଲୋକ ହୋଇଛି। ଆଜି ସକାଳ ୯ଟା ସମୟରେ ପୁରୀ ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ଶେଷନିଶ୍ୱାସ ତ୍ୟାଗ ବେଳେ ତାଙ୍କର ପତ୍ନୀ, ତିନି କନ୍ୟା ଏବଂ ପୁଅ ରହିଥିଲେ। ପୁରୀ ମାର୍କଣ୍ଡେଶ୍ୱର ସାହିରେ ତାଙ୍କର ଘର। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସୂଚନାନୁସାରେ, ଶ୍ରୀ ହରିହର ମିଶ୍ରଙ୍କ ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର (ଓରଫ ଚିନ୍ତାମଣି ମିଶ୍ର) ଓ ମାତାଙ୍କ ନାମ ସେବତୀ ଦେବୀ ଥିଲା । ସେ ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି। ସେ ପୁରୀ କଲେଜରେ ଅଧ୍ୟାପନା ବୃତ୍ତିରେ ଥିଲେ । ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଭାବରେ ଖ୍ୟାତି ଅର୍ଜନ କରିଥିଲେ ହରିହର ମିଶ୍ର । ୧୯୭୦/୮୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ଥାର କରିଥିବା ଅନାମ କବିତା ଆନ୍ଦୋଳନରେ ସେ ସଂଶ୍ଳିଷ୍ଠ ଥିଲେ । ସେ ଏକାଧାରରେ କବିତା, ଏକାଙ୍କିକା, ନାଟକ, ଉପନ୍ୟାସ, ଗଳ୍ପ ଲେଖିବା ସହ ଶ୍ରୀ ଶ୍ରୀ ପତିତପାବନ (୧୯୬୨) ଓ ଚିଲିକା ତୀରେ (୧୯୭୮) ଓ ତପସ୍ୟା (୧୯୮୦) କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ।
ଏହା ସହ ରାତ୍ରିର ଦୁଇଟି ଡେଣା ସଙ୍କଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ୧୯୭୭ରେ ଶାରଳା ପୁରସ୍କାର (ଦିବ୍ୟ ଅସନ୍ତୋଷ ପାଇଁ) ମଧ୍ୟ ପାଇଛନ୍ତି ।




