ଭୁବନେଶ୍ବରର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ
ଭୁବନେଶ୍ୱର : ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ୧୯୯୭ ମସିହାରେ ଭୁବନେଶ୍ବର ଚେୟାରମ୍ୟାନ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କ ସମୟରେ ବିଏମସି ଗଠନ ହୋଇଥିଲା । ଅଲ ଇଣ୍ଡିଆ ମେୟର ଆସୋସିଏସନର ଉପସଭାପତି ଥିଲେ ଜଗନ୍ନାଥ […]
ଭୁବନେଶ୍ୱର : ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ୧୯୯୭ ମସିହାରେ ଭୁବନେଶ୍ବର ଚେୟାରମ୍ୟାନ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କ ସମୟରେ ବିଏମସି ଗଠନ ହୋଇଥିଲା । ଅଲ ଇଣ୍ଡିଆ ମେୟର ଆସୋସିଏସନର ଉପସଭାପତି ଥିଲେ ଜଗନ୍ନାଥ ମହାପାତ୍ର । ଏହାସହ ଭୁବନେଶ୍ୱର ସହିଦନଗର ପୂଜାମଣ୍ଡପର କର୍ମକର୍ତ୍ତା ଥିଲେ ଡାକ୍ତର ଜଗନ୍ନାଥ ମହାପାତ୍ର ।
୧୯୩୯ ଜାନୁଆରି ୧୪ରେ ସେତେବେଳର କଟକ ଜିଲ୍ଲା କରତ ଶାସନରେ ଜନ୍ମ ହୋଇଥିଲେ ଜଗନ୍ନାଥ ମହାପାତ୍ର ।ପେଶାରେ ଡାକ୍ତର ହୋଇଥିଲେ ମଧ୍ୟ ରାଜନୀତି ଓ ସମାଜସେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ୨୦୦୦ ମସିହାରେ ସେ ମ୍ୟୁନସିପାଲଟି ଚେୟାରମ୍ୟାନ ଥିବା ବେଳେ ଭୁବନେଶ୍ୱର ମ୍ୟୁନସିପାଲଟିରୁ ମହାନଗର ନିଗମ ହୋଇଥିଲା । ପରେ ସେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ନନ୍ ଇଲେକଟେଡ୍ ମେୟର ହୋଇଥିଲେ । ଇଣ୍ଡିଆନ ମେଡିକାଲ ଆସୋସିଏସନ ଓଡିଶା ଶାଖାର ସେକ୍ରେଟାରି, ସହିଦନଗର ଦୁର୍ଗାପୂଜା କମିଟିର ପ୍ରତିଷ୍ଠା, ଭୁବନେଶ୍ୱର ଭସାଣ ଉତ୍ସବର ପ୍ରତିଷ୍ଠାତା ଥିଲେ ଜଗନ୍ନାଥ ମହାପାତ୍ର ।
କ୍ୟାପିଟାଲ ହସ୍ପିଟାଲ ସମେତ ଅନେକ ହସ୍ପିଟାଲ ଡାକ୍ତର ଭାବେ ନିଜର ଦାୟିତ୍ବ ନିର୍ବାହ କରିଛନ୍ତି । ଜଗନ୍ନାଥ ହସ୍ପିଟାଲର ପ୍ରତିଷ୍ଠାତା ଥିଲେ ଜଗନ୍ନାଥ ମହାପାତ୍ର । ତାଙ୍କର ମୃତ୍ୟୁ ପରେ ବାସଭବନରେ ପହଞ୍ଚି ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କିଛନ୍ତି । ଜଗନ୍ନାଥ ମହାପାତ୍ରଙ୍କ ପ୍ରାର୍ଥୀବ ଶରୀରକୁ ବିଏମସି ଅଫିସ, ସହିଦନଗର ପୂଜା ମଣ୍ଡପ ନିକଟକୁ ଶେଷ ଦର୍ଶନ ପାଇଁ ନିଆଯିବ । ତା ପରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।




