ଥାର ଧକ୍କାରେ ଝିଅ ଏବଂ ମା’ଙ୍କ ମୃତ୍ୟୁ ଘଟଣା,ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମା ସନ୍ଧ୍ୟାରେ ଭୁବନେଶ୍ୱ ପାତ୍ରପଡା ଠାରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା ଇ ଘଟଣାସ୍ଥଳରେ ଜଣେ ୮ ବର୍ଷିଆ ଝିଅର ମୃତ୍ୟୁ ଘଟିଥିବାବେଳେ ମା’ ଏବଂ କୁନି ପୁଅ ଗୁରୁତର ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ଘଟିଥିବାବେଳେ ବର୍ତ୍ତମାନ ସୁଦ୍ଧା ଶିଶୁପୁତ୍ରର ଚିକିତ୍ସା ଜାରି ରହିଛି । ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି […]

ଥାର ଧକ୍କାରେ ଝିଅ ଏବଂ ମା’ଙ୍କ ମୃତ୍ୟୁ ଘଟଣା,ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମା ସନ୍ଧ୍ୟାରେ ଭୁବନେଶ୍ୱ ପାତ୍ରପଡା ଠାରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା ଇ ଘଟଣାସ୍ଥଳରେ ଜଣେ ୮ ବର୍ଷିଆ ଝିଅର ମୃତ୍ୟୁ ଘଟିଥିବାବେଳେ ମା’ ଏବଂ କୁନି ପୁଅ ଗୁରୁତର ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ଘଟିଥିବାବେଳେ ବର୍ତ୍ତମାନ ସୁଦ୍ଧା ଶିଶୁପୁତ୍ରର ଚିକିତ୍ସା ଜାରି ରହିଛି । ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଦୁଃଖଦ ଘଟଣାରେ ପ୍ରଭାବିତ ପରିବାରକୁ ସାହାଯ୍ୟ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ମାଧ୍ୟମରେ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦୁଃଖଦ ଘଟଣାରେ ସେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ଏବଂ ରାଜ୍ୟ ସରକାର ପୀଡ଼ିତ ପରିବାରଙ୍କ ପାଖରେ ଅଛନ୍ତି।

ସୂଚନାନୁସାରେ,ଗତ ଶନିବାର ରାକ୍ଷୀ ପୂଣ୍ଣିମା ଦିନ ମା’ରେବତୀ ରାଉଳ ୮ ବର୍ଷର ଝିଅ ଜାଗୃତି ରାଉଳ ଏବଂ ୨ ବର୍ଷିଆ କୁନି ପୁଅକୁ ଧରି ପାତ୍ରପଡ଼ାରୁ ପଟିଆସ୍ଥିତ ନିଜ ଭାଇଙ୍କ ଘରକୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଥିଲେ । ସେହିଦିନ ରାତି ପ୍ରାୟ ସାଢ଼େ ୭ଟା ବେଳକୁ ଫେରିବାବେଳେ ପାତ୍ରପଡ଼ା V2 ସମ୍ମୁଖରେ ରାସ୍ତାପାର ହେବା ସମୟରେ ଏକ ଥାର ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଝିଅର ପ୍ରାଣ ହରାଇଥିଲା। ମା’ ଓ ପୁଅକୁ ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମା’ର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଜଙ୍କିଆ ଅଞ୍ଚଳରୁ ଥାର ଗାଡିଟି ଧରାପଡିଥିବାବେଳେ ଚାଳକ ଫେରାର ରହିଛି । ପୋଲିସ ଦୁର୍ଘଟଣାର କାରଣ ଜାଣିବା ପାଇଁ ତନାଘନା କରୁଛି।

Tags: