ବଜ୍ରପାତ ଜନିତ ମୃତ୍ୟୁ,ଓଡିଶା ଆଗରେ

ଭୁବନେଶ୍ୱର: ବଜ୍ରପାତ ଜନିତ ମୃତ୍ୟୁରେ ଦେଶରେ ଓଡିଶା ଆଗରେ । ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶାରେ ୫ ବର୍ଷରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି ୧୧୦୩ ଜଣ । ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗୀରରେ ୫୫ […]

Samaya Live Picture
Published On

ଭୁବନେଶ୍ୱର: ବଜ୍ରପାତ ଜନିତ ମୃତ୍ୟୁରେ ଦେଶରେ ଓଡିଶା ଆଗରେ । ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶାରେ ୫ ବର୍ଷରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି ୧୧୦୩ ଜଣ । ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗୀରରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ତୁଳନାରେ ଉତ୍ତରପ୍ରଦେଶ ବଡ଼ ରାଜ୍ୟ ହୋଇ ବି ୫ ବର୍ଷରେ ଯାଇଛି ମାତ୍ର ୫୪୨ ଜୀବନ । ଗବେଷଣା କହୁଛି,ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି। ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍‌ ସୁପରିବାହୀ।

ବାଦଲ ଓ ବାଦଲ ଭିତରେ ସଂଘର୍ଷରେ ହୁଏ ବଜ୍ରପାତ । ବିଶେଷ କରି କ୍ଷେତ ଓ ସ୍କୁଲରେ ବହୁ ସଂଖ୍ୟକ ଲୋକେ ଆକସ୍ମିକ ବଜ୍ରପାତର ଶିକାର ହେଉଛନ୍ତି । ଏଥିପାଇଁ ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ବ ବିଭାଗ ୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବଜ୍ରପାତରେ ମୃତ୍ୟୁବରଣ କଲେ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଉଛି । ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ଆକଳନ ପାଇଁ ଜ୍ଞାନକୌଶଳ ଆସି ନାହିଁ । ଭାରତୀୟ ପାଣିପାଗ ଅନୁଷ୍ଠାନ ତରଫର ତଥ୍ୟ ଅନୁଯାଇ ମୋବାଇଲ ଆପରେ ଜନସାଧାରଣ ଙ୍କୁ ଅବଗତ କରାଯାଉଛି । କେଉଁ ଠାରେ ବଜ୍ରପାତ ହେବ ଜାଣିବା ପାଇଁ ବୈଜ୍ଞାନିକ ମାନେ ସଫଳ ହୋଇନାହାନ୍ତି, ଅନୁସନ୍ଧାନ ଚାଲିଛି ।

Tags: