ରାକ୍ଷୀ ପୂଣ୍ଣିମାରେ ମର୍ମନ୍ତୁଦ ଦୁର୍ଘଟଣା , ଝିଅ ପରେ ଆଖି ବୁଜିଲେ ମା’

ଭୁବନେଶ୍ୱର : ରଖି ପୂର୍ଣ୍ଣିମା ସନ୍ଧ୍ୟାରେ ରାଜଧାନୀରେ ଘଟିଥିଲା ବଡ଼ ଧରଣର ଅଘଟଣ । ଥାର-ସ୍କୋର୍ପିଓ ଧକ୍କାରେ ଘଟଣାସ୍ଥଳରେ କୁନି ଝିଅର ମୃତ୍ୟୁ ଘଟିଥିବାବେଳେ, ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାଁ ରେବତୀ ରାଉଳ । ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ଗୁରୁତର ହୋଇଥିବା ତାଙ୍କ ୨ ବର୍ଷିଆ କୁନି […]

ରାକ୍ଷୀ ପୂଣ୍ଣିମାରେ ମର୍ମନ୍ତୁଦ ଦୁର୍ଘଟଣା , ଝିଅ ପରେ ଆଖି ବୁଜିଲେ ମା’
Samaya Live Picture
Published On

ଭୁବନେଶ୍ୱର : ରଖି ପୂର୍ଣ୍ଣିମା ସନ୍ଧ୍ୟାରେ ରାଜଧାନୀରେ ଘଟିଥିଲା ବଡ଼ ଧରଣର ଅଘଟଣ । ଥାର-ସ୍କୋର୍ପିଓ ଧକ୍କାରେ ଘଟଣାସ୍ଥଳରେ କୁନି ଝିଅର ମୃତ୍ୟୁ ଘଟିଥିବାବେଳେ, ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାଁ ରେବତୀ ରାଉଳ । ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ଗୁରୁତର ହୋଇଥିବା ତାଙ୍କ ୨ ବର୍ଷିଆ କୁନି ପୁଅର ଚିକିତ୍ସା ଜାରି ରହିଛି । ଘଟଣା ପରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଫୁଲେଶ୍ବରୀ ବସ୍ତିର ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା ।

ସୂଚନାନୁସାରେ,ଗତ ଶନିବାର ରାକ୍ଷୀପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ପଟିଆ ସ୍ଥିତ ନିଜ ଭାଇ ଘରୁ ରାକ୍ଷୀ ବାନ୍ଧି ପୁଅ ଝିଅଙ୍କୁ ଧରି ପାତ୍ରପଡା ଘରକୁ ଫେରୁଥିଲେ ରେବତୀ । ଏହି ସମୟରେ ପାତ୍ରପଡାରେ ରେସିଂ କରୁଥିବା ଥର-ସ୍କୋର୍ପିଓ ଗାଡି ମା’ ଝିଅ ଏବଂ କାଖରେ ଥିବା କୁନି ପୁଅକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୮ ବର୍ଷିଆ ଝିଅର ମୃତ୍ୟୁ ହୋଇଥିବା ବେଳେ ଭାଇ ଓ ମା ଗୁରୁତର ହୋଇ ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ, ରବିବାର ମଣିଷ ମରା ଥର୍ କୁ ଜବତ କରିଛି ଖଣ୍ଡଗିରି ପୋଲିସ୍ । ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡ଼ିଟିକୁ ଜଟଣୀ ଅଞ୍ଚଳରୁ ଜବତ କରାଯାଇଛି । ଗାଡ଼ିଟିକୁ ଜଟଣୀ ଥାନା ଅଞ୍ଚଳରେ ଛାଡ଼ି ଫେରାର୍ ହୋଇଯାଇଛି ଗାଡ଼ି ଚାଳକ । ଥାରଟି ଜଟଣୀ କୁସୁମାଟି ଅଞ୍ଚଳର ହୋଇଥିବା ସୂଚନା ମିଳିଛି।ସ୍କର୍ପିଓ ସଂପର୍କରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Tags: