ଧାନ କ୍ଷେତରୁ ହାତୀର ମୃତଦେହ ଉଦ୍ଧାର

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖ ଧାନ କ୍ଷେତରେ ଏକ ମାଈହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ହାତୀର ବୟସ ୫/୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ଦୁଇ ହାତୀପଲଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ମୃତ୍ୟୁ ଘଟିଥିବା ବନରକ୍ଷୀ ଆଶଙ୍କା କରିଛନ୍ତି। କିନ୍ତୁ ଏଯାଏ ତାହା ସ୍ପଷ୍ଟ ହୋଇନାହିଁ। ପିଠି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବେକରେ ମଧ୍ୟ ଗଭୀର […]

Samaya Live Picture
Published On

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖ ଧାନ କ୍ଷେତରେ ଏକ ମାଈହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ହାତୀର ବୟସ ୫/୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ଦୁଇ ହାତୀପଲଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ମୃତ୍ୟୁ ଘଟିଥିବା ବନରକ୍ଷୀ ଆଶଙ୍କା କରିଛନ୍ତି। କିନ୍ତୁ ଏଯାଏ ତାହା ସ୍ପଷ୍ଟ ହୋଇନାହିଁ। ପିଠି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବେକରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଚ୍ଚସ୍ତରୀୟ ବିଶେଷଜ୍ଞଦଳଙ୍କ ତଦନ୍ତ ତଥା ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ।

ସୂଚନାନୁସାରେ,ଗତ କିଛିଦିନ ହେଲା ଏହି ଅଞ୍ଚଳରେ ୨ ଟି ଦଳରେ ୫୦ରୁ ଅଧିକ ହାତୀ ପଶିଆସି ବ୍ୟାପକ ଫସଲ ନଷ୍ଟ କରୁଥିଲେ । ଦୁଇଟି ଦଳରେ ପାଖାପାଖି ୫୫ଟି ହାତୀ ରହିଥିବା ଅନୁମାନ କରାଯାଉଛି । ଗୋଟିଏ ଦଳରେ ୪୦ ଓ ଅନ୍ୟ ଦଳରେ ୧୫ ହାତୀ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ଏହି ହାତୀପଲ ଭିତରୁ ଏକ ମାଈ ହାତୀର ମୃତଦେହ ଧାନ ଜମିରେ ପଡ଼ିଥିବା ଦେଖିବାକୁ ମିଳିଛି । କେମିତି ହାତୀର ମୃତ୍ୟୁ ହେଲା ଜଣାପଡ଼ି ନଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

Tags: