ରେଳ ଧାରଣାରୁ ପତି ପତ୍ନୀଙ୍କ ମୃତଦେହ ଉଦ୍ଧାର

ଲକ୍ଷ୍ମୀପୁର : ରେଳଧାରଣା କଡ଼ରୁ ଉଦ୍ଧାର ହେଲା ସ୍ୱାମୀ ସ୍ତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ଆଜି ସକାଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟ ଭୂଇଁପାଟଣା ରେଳଲାଇନ ନିକଟରେ ଏହି ଘଟଣା ଘଟିଥିଲା । ତେବେ ଉଭୟେ ଆତ୍ମହତ୍ୟା କରିଛନ୍ତି ନା ରେଳ ଧାରଣା ପାରି ହେଉଥିବା ସମୟରେ ରେଳ ଧକ୍କାରେ ଏହି ଦୁର୍ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଆଜି ସକାଳେ ସ୍ଥାନୀୟ ଲୋକେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଦେଖି ପୋଲିସକୁ […]

Samaya Live Picture
Published On

ଲକ୍ଷ୍ମୀପୁର : ରେଳଧାରଣା କଡ଼ରୁ ଉଦ୍ଧାର ହେଲା ସ୍ୱାମୀ ସ୍ତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ଆଜି ସକାଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟ ଭୂଇଁପାଟଣା ରେଳଲାଇନ ନିକଟରେ ଏହି ଘଟଣା ଘଟିଥିଲା । ତେବେ ଉଭୟେ ଆତ୍ମହତ୍ୟା କରିଛନ୍ତି ନା ରେଳ ଧାରଣା ପାରି ହେଉଥିବା ସମୟରେ ରେଳ ଧକ୍କାରେ ଏହି ଦୁର୍ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଆଜି ସକାଳେ ସ୍ଥାନୀୟ ଲୋକେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ Iଲକ୍ଷ୍ମୀପୁର ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରଥମେ ମୃତକଦ୍ୱୟଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ବୋଲି ସୂଚନା ମିଳିଛି।

Tags: