ଡ଼ିଡ଼ି ଓଡ଼ିଆରେ ଆରମ୍ଭ ହେଲା ସାନ୍ତାଳୀ ଭାଷାରେ ସମାଚାର

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଡିଡି ଓଡ଼ିଆ ଚ୍ୟାନେଲରେ ଆରମ୍ଭ ହେଲା ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ । ବୁଧବାର ଏହା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ପ୍ରଥମକରି ପ୍ରସାରଣ କରାଯାଇଛି। ସାନ୍ତାଳୀ ଭାଷାରେ ସମାଚାର ଆରମ୍ଭ ହେବା ଜାଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରି ଦୂରଦର୍ଶନ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି। ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢ଼ାଯିବା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ରହିଥିଲା । ତେଣୁ ଏହାକୁ ୭ […]

Samaya Live Picture
Published On

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଡିଡି ଓଡ଼ିଆ ଚ୍ୟାନେଲରେ ଆରମ୍ଭ ହେଲା ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ । ବୁଧବାର ଏହା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ପ୍ରଥମକରି ପ୍ରସାରଣ କରାଯାଇଛି। ସାନ୍ତାଳୀ ଭାଷାରେ ସମାଚାର ଆରମ୍ଭ ହେବା ଜାଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରି ଦୂରଦର୍ଶନ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି।

ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢ଼ାଯିବା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ରହିଥିଲା । ତେଣୁ ଏହାକୁ ୭ ଦିନ ଭିତରେ ଆରମ୍ଭ କରାଯିବ ବୋଲି ଗତ ୭ ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ତେବେ ନିଜର ପୂର୍ବ ପ୍ରତିଶ୍ରୁତିକୁ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ପୂରଣ କରିଛନ୍ତି ।

ନିକଟରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିଡି ଓଡ଼ିଆରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗ୍ରହ କ୍ରମେ ଏହାକୁ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

Tags: